୨୮ ବର୍ଷ ବୟସରେ ଏହି ଯୁବକ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨ା୭: ଗତ ୫ ବର୍ଷ ମଧ୍ୟରେ ବିଶ଼୍ବର ବିଭିନ୍ନ ଦେଶରେ ନିର୍ବାଚନ ହୋଇଛି । ପ୍ରାୟତଃ ରାଷ୍ଟ୍ରରେ ସରକାର ବଦଳିଛି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ବଦଳିଛନ୍ତି । ହେଲେ ଭାରତରେ ସମାନ ସରକାର ରହିଛି । ଅନ୍ୟପଟେ ଫ୍ରାନ୍ସର ନିର୍ବାଚନ ଇତିହାସରେ ବଡ଼ ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି । ସଂସଦ ନିର୍ବାଚନରେ ଏହି ଦେଶରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । କିନ୍ତୁ ବର୍ତ୍ତମାନ ୨୮ ବର୍ଷୀୟ ଜଣେ ଯୁବକ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ରେସ୍‌ର ଆଗରେ ରହିଛନ୍ତି । ଏହି ଯୁବକ ବର୍ତ୍ତମାନର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନଙ୍କ ଦଳକୁ ପରାସ୍ତ କରିଛନ୍ତି । ଖାଲି ସେତିକି ନୁହେଁ ସୁବୁଠାରୁ ଅଧିକ କ୍ଷମତାଶାଳୀ ଦଳ ନ୍ୟୁ ପପୁଲାର ଆଲାଏନ୍ସକୁ ବି ପଛରେ ପକାଇ ଦେଇଛନ୍ତି ଏହି ଯୁବକ ।

ଫ୍ରାନ୍ସର ସଂସଦୀୟ ନିର୍ବାଚନରେ ପ୍ରଥମଥର ଧୂର ଦକ୍ଷିଣପନ୍ଥି ପାର୍ଟି ନ୍ୟାଶନାଲ୍‌ ରାଲି ସରକାର ଗଠନ କରିବା ନେଇ ରାସ୍ତା ସଫା ହୋଇଛି । ନ୍ୟାଶନାଲ୍‌ ରାଲିକୁ ୩୩.୧ ପ୍ରତିଶତ ଭୋଟ ମିଳିଥିବା ବେଳେ ବାମପନ୍ଥି ମେଣ୍ଟକୁ ୨୮ ପ୍ରତିଶତ ଭୋଟ ମିଳିଛି । ଅନ୍ୟପଟେ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ଦଳକୁ ୨୦.୭ ପ୍ରତିଶତ ଭୋଟ ମିଳିଛି । ପ୍ରଥମ ଥର ପାଇଁ ନ୍ୟାଶନଲ୍‌ ରାଲି ପାର୍ଟିକୁ ଏହି ସଫଳତା ମିଳିଛି । ତେବେ ଦଳର ନେତା ଜୋର୍ଡାନ ବରଦେଲା ଦଳରୁ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ମୁଖ୍ୟ ଦାବିଦାର ରହିଛନ୍ତି । ତାଙ୍କୁ ଏବେ ମାତ୍ର ୨୮ ବର୍ଷ ବୟସ ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନକଙ୍କ ପାଇଁ ଅଗ୍ନିପରୀକ୍ଷା; ଏହି ବ୍ୟକ୍ତି ଦେବେ କଡ଼ା ଟକ୍କର

ଲଣ୍ଡନ,୪।୭: ବ୍ରିଟେନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ବ୍ରିଟେନର ଭୋଟରମାନେ ଭୋଟ ଦେବାକୁ ପ୍ରସ୍ତୁତ, ଏଠାରେ ଭୋଟ ଆଜି ଅର୍ଥାତ୍‌...

ଚାଇନା ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ୍‌.ଜୟଶଙ୍କର,ବିଭିନ୍ନ ପ୍ରସଙ୍ଗ ଉପରେ କଲେ ଆଲୋଚନା

ବେଜିଂ/ନୂଆଦିଲ୍ଲୀ,୪ା୭: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟିଙ୍କୁ ଗୁରୁବାର ଭେଟିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। ଏହି ସାକ୍ଷାତ ସମୟରେ ଜୟଶଙ୍କର ବିଭିନ୍ନ...

ମୋଦିଙ୍କ ରୁଷିଆ ଗସ୍ତ ପୂର୍ବରୁ ପାକିସ୍ତାନକୁ ବଡ଼ ଅଫର୍‌ ଦେଲା ରୁଷିଆ

ନୂଆଦିଲ୍ଲୀ/ମସ୍କୋ,୪।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆରେ ପହଞ୍ଚିବା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ଗେମ୍‌ ଖେଳିଛନ୍ତି। ସେ ଭାରତର ଶତ୍ରୁ ପାକିସ୍ତାନକୁ ଏକ...

କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ

ନେପିଡୋ,୩।୭:ମ୍ୟାନ୍‌ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍‌ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ...

ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାଲିଛି ବଡ଼ ଯୋଜନା

କାଠମାଣ୍ଡୁ,୩ା୭(ପି.ଟି.) : ନେପାଳ ପ୍ରଧାନମନ୍ତ୍ରୀ ପଦରୁ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ହଟାଇବା ପାଇଁ ଦୁଇ ବୃହତ୍‌ ଦଳ ନେପାଳୀ କଂଗ୍ରେସ ଏବଂ ସିପିଏନ୍‌-ୟୁଏମ୍‌ଏଲ୍‌ ମଧ୍ୟରେ...

ପ୍ରୀତି ପାଣିଗ୍ରାହୀଙ୍କ ଫିଲ୍ମକୁ ଗ୍ରାଣ୍ଡ ଜୁରି ପୁରସ୍କାର

ଲସ୍‌ ଏଞ୍ଜେଲସ୍‌, ୩ା୭: ରିଚା ଚଢ଼ା ଓ ଅଲି ଫଜଲଙ୍କ ନିର୍ମିତ, ଶୁଚି ତଲାତିଙ୍କ ନିର୍ଦ୍ଦେଶିତ ଏବଂ ଓଡ଼ିଆ ଝିଅ ପ୍ରୀତି ପାଣିଗ୍ରାହୀଙ୍କ ଅଭିନୀତ ‘ଗର୍ଲସ୍‌...

ସାମ୍ନାକୁ ଆସିଲା ୪, ୫୦୦ ବର୍ଷ ତଳର ସହର, ପଡ଼ିରହିଛି ୩ ଶହ ମୃତଦେହ

ନୂଆଦିଲ୍ଲୀ,୨।୭: ଇତିହାସରେ ଏମିତି କିଛି ଘଟଣା ରହିଛି, ଯାହା ସମୟ ସହିତ ଅଦୃଶ୍ୟ ହୋଇଯାଇଛି । କିନ୍ତୁ ବେଳେ ବେଳେ ହଜାର ହଜାର ଘଟଣା ସାମ୍ନାକୁ...

ଲାଗୁ ହେଲା ନୂଆ ନିୟମ, ନାତୁଣୀ-ନାତିଙ୍କ ଯତ୍ନ ନେବା ପାଇଁ ଜେଜେମା-ଜେଜେଙ୍କୁ ମିଳିବ ଛୁଟି

କୋପେନହେଗନ,୨।୭: ସୋମବାର ସ୍ବିଡେନ ନୂତନ ପିତୃତ୍ୱ ନିୟମ ଲାଗୁ କରିଛି। ଏହା ଅଧୀନରେ, ଜେଜେମା-ଜେଜେବାପାମାନେ ଶିଶୁ ଜନ୍ମର ପ୍ରଥମ ବର୍ଷରେ ତିନିମାସ ପର୍ଯ୍ୟନ୍ତ ନାତି ନାତୁଣୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri