୨୮ ବର୍ଷ ବୟସରେ ଏହି ଯୁବକ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨ା୭: ଗତ ୫ ବର୍ଷ ମଧ୍ୟରେ ବିଶ଼୍ବର ବିଭିନ୍ନ ଦେଶରେ ନିର୍ବାଚନ ହୋଇଛି । ପ୍ରାୟତଃ ରାଷ୍ଟ୍ରରେ ସରକାର ବଦଳିଛି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ବଦଳିଛନ୍ତି । ହେଲେ ଭାରତରେ ସମାନ ସରକାର ରହିଛି । ଅନ୍ୟପଟେ ଫ୍ରାନ୍ସର ନିର୍ବାଚନ ଇତିହାସରେ ବଡ଼ ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି । ସଂସଦ ନିର୍ବାଚନରେ ଏହି ଦେଶରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । କିନ୍ତୁ ବର୍ତ୍ତମାନ ୨୮ ବର୍ଷୀୟ ଜଣେ ଯୁବକ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ରେସ୍‌ର ଆଗରେ ରହିଛନ୍ତି । ଏହି ଯୁବକ ବର୍ତ୍ତମାନର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନଙ୍କ ଦଳକୁ ପରାସ୍ତ କରିଛନ୍ତି । ଖାଲି ସେତିକି ନୁହେଁ ସୁବୁଠାରୁ ଅଧିକ କ୍ଷମତାଶାଳୀ ଦଳ ନ୍ୟୁ ପପୁଲାର ଆଲାଏନ୍ସକୁ ବି ପଛରେ ପକାଇ ଦେଇଛନ୍ତି ଏହି ଯୁବକ ।

ଫ୍ରାନ୍ସର ସଂସଦୀୟ ନିର୍ବାଚନରେ ପ୍ରଥମଥର ଧୂର ଦକ୍ଷିଣପନ୍ଥି ପାର୍ଟି ନ୍ୟାଶନାଲ୍‌ ରାଲି ସରକାର ଗଠନ କରିବା ନେଇ ରାସ୍ତା ସଫା ହୋଇଛି । ନ୍ୟାଶନାଲ୍‌ ରାଲିକୁ ୩୩.୧ ପ୍ରତିଶତ ଭୋଟ ମିଳିଥିବା ବେଳେ ବାମପନ୍ଥି ମେଣ୍ଟକୁ ୨୮ ପ୍ରତିଶତ ଭୋଟ ମିଳିଛି । ଅନ୍ୟପଟେ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ଦଳକୁ ୨୦.୭ ପ୍ରତିଶତ ଭୋଟ ମିଳିଛି । ପ୍ରଥମ ଥର ପାଇଁ ନ୍ୟାଶନଲ୍‌ ରାଲି ପାର୍ଟିକୁ ଏହି ସଫଳତା ମିଳିଛି । ତେବେ ଦଳର ନେତା ଜୋର୍ଡାନ ବରଦେଲା ଦଳରୁ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ମୁଖ୍ୟ ଦାବିଦାର ରହିଛନ୍ତି । ତାଙ୍କୁ ଏବେ ମାତ୍ର ୨୮ ବର୍ଷ ବୟସ ବୋଲି ଜଣାପଡ଼ିଛି ।

Share