ଟୁର୍ନାମେଣ୍ଟର ପ୍ରଥମ ଶତକ

ମୁମ୍ବାଇ,୨।୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ଜୋସ୍‌ ବଟଲର୍‌ଙ୍କ ଶତକ ଏବଂ ଶିମ୍‌ରନ ହେଟମେୟର ବିସ୍ଫୋରକ ୩୫ ରନ ବଳରେ ରାଜସ୍ଥାନ ପୁଣିଥରେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି। ନିର୍ଦ୍ଧାରିତ ୨୦ ଓଭର୍‌ରେ ରାଜସ୍ଥାନ ୮ ଉଇକେଟ ହରାଇ ୧୯୩ ରନ କରିଛି। ଫଳରେ ମୁମ୍ବାଇକୁ ଜିତିବା ପାଇଁ ୧୯୪ ରନ୍‌ର ଟାର୍ଗେଟ ମିଳିଛି। ତେବେ ଚଳିତ ସଂସ୍କରଣରେ ବଟ୍‌ଲର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ୬୮ ବଲ୍‌ରେ ଶତକ ହାସଲ କରିଛନ୍ତି। ଫଳରେ ଦ୍ୱିତୀୟ ବିଦେଶୀ ବ୍ୟାଟ୍ସମ୍ୟାନ୍‌ ଭାବେ ସେ ଟୁର୍ନାମେଣ୍ଟରେ ୨ ଶତକ ହାସଲ କରିଛନ୍ତି। ରାଜସ୍ଥାନ ଏହାର ପୂର୍ବ ମ୍ୟାଚ୍‌ରେ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ହାଇଦ୍ରାବାଦ ବିପକ୍ଷରେ ୨୧୦ ରନ କରିଥିଲା।

Share