ନୂଆଦିଲ୍ଲୀ,୨।୫ : ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମ ଏବେ ପାଲଟିଛି ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ। ଶନିବାର ଭଳି ରବିବାର ମଧ୍ୟ ଏଠାରେ ଦେଖିବାକୁ ମିଳିଛି ବ୍ୟାଟ୍ସମ୍ୟାନଙ୍କ ରାଜୁତି। ଜୋସ ବଟଲର(୧୨୪)ଙ୍କ ବିସ୍ଫୋରକ ଶତକ ଯୋଗୁ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୨୧ ରନ୍ର ବିଶାଳ ଟାର୍ଗେଟ ଛିଡ଼ା କରିଛି ରାଜସ୍ଥାନ ରୟାଲ୍ସ।
ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ଯଶସ୍ବୀ ଜୈଶ୍ୱାଲ (୧୨)ଙ୍କ ଉଇକେଟ ହରାଇଥିଲା। ଏହାପରେ ଅଧିନାୟକ ସଞ୍ଜୁ ସାମସନ (୪୮ ରନ୍, ୪ ଚୌକା ଓ ୨ ଛକା) ଓ ବଟଲର ଦ୍ୱିତୀୟ ଉଇକେଟ ପାଇଁ ଯୋଡ଼ିଥିଲେ ୧୫୦ ରନ୍। ତାହା ପୁଣି ମାତ୍ର ୮୨ ବଲରେ। ବଟଲରଙ୍କ ୧୨୪ ରନ୍ର ବିସ୍ଫୋରକ ପାଳିରେ ସାମିଲ ଥିଲା ୧୧ ଚୌକା ଓ ୮ ଛକା। ଏହା ତାଙ୍କ ଟି୨୦ କ୍ୟାରିୟରର ପ୍ରଥମ ଶତକ। ଏଥି ଯୋଗୁ ରାଜସ୍ଥାନ ପୂରା ୨୦ ଓଭରରେ ୩ ଉଇକେଟ ହରାଇ ୨୨୦ ରନ୍ କରିବାକୁ ସକ୍ଷମ ହୋଇଥିଲା।