Categories: ଖେଳ

ଓ୍ବର୍ନ ଆମକୁ ଦେଖି ଗର୍ବ ଅନୁଭବ କରୁଥିବେ: ବଟଲର୍‌

ଅହମ୍ମଦାବାଦ,୨୮।୫: ଦୀର୍ଘ ୧୪ ବର୍ଷ ପରେ ଆଇପିଏଲ୍‌ ଫାଇନାଲ ମୁକାବିଲା ଖେଳିବାକୁ ଯାଉଛି ରାଜସ୍ଥାନ ରୟାଲ୍ସ। ୨୦୦୮ରେ ଦଳ ଶେନ ଓ୍ବର୍ନଙ୍କ ନେତୃତ୍ୱରେ ଟାଇଟଲ ମୁକାବିଲା ଖେଳି ବିଜେତା ହୋଇଥିଲା। ଏବେ କିନ୍ତୁ ଓ୍ବର୍ନ ଆଉ ଦୁନିଆରେ ନାହାନ୍ତି। ମାର୍ଚ୍ଚରେ ହୃଦଘାତ ହେବା ଯୋଗୁ ତାଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ଚଳିତ ଆଇପିଏଲ୍‌ରେ ପୁଣିଥରେ ଦଳ ଫାଇନାଲ ଖେଳିବାକୁ ଯାଉଥିବାରୁ ଓ୍ବର୍ନଙ୍କୁ ମନେ ପକାଇଛନ୍ତି ଜୋସ ବଟଲର।

ମ୍ୟାଚ୍‌ ଜିତିବା ପରେ ବଟଲର ବୟାନରେ କହିଛନ୍ତି, ମୁଁ ଚଳିତ ସିଜନରେ ବହୁତ କମ୍‌ ଆଶା, ହେଲେ ଭରପୂର ଉତ୍ସାହ ସହକାରେ ଆସିଥିଲି। ଅଧା ସିଜନ୍‌ରେ ଖରାପ ଫର୍ମକୁ ନେଇ ସାମାନ୍ୟ ଚାପରେ ଥିଲି। ହେଲେ କୁମାର ସାଙ୍ଗାକାରା ସାହାଯ୍ୟ କରିଥିଲେ। ସେ ମୋତେ ମଇଦାନରେ ଅଧିକରୁ ଅଧିକ ସମୟ ବିତାଇବାକୁ କହିଥିଲେ। ତାଙ୍କ ପରାମର୍ଶ କ୍ରମେ ଖେଳିଥିଲି। ଏହାର ପରିଣାମସ୍ବରୂପ ପୁଣିଥରେ ଫର୍ମକୁ ଫେରିଛି। ଫାଇନାଲରେ ପହଞ୍ଚିବାର ଖୁସି ମଧ୍ୟ ଅଧିକ। କହିବାକୁ ଚାହିଁବି ଓ୍ବର୍ନ ରାଜସ୍ଥାନ ଲାଗି ପ୍ରମୁଖ ବ୍ୟକ୍ତି ଥିଲେ। ସେ ତାଙ୍କ ନେତୃତ୍ୱରେ ଦଳକୁ ବିଜେତା କରାଇଥିଲେ। ଆମେ ତାଙ୍କୁ ବହୁତ ମନେ ପକାଇବୁ। ଆଜିର ମୂହୁର୍ତ୍ତକୁ ନେଇ ଓ୍ବର୍ନ ବହୁତ ଗର୍ବ କରୁଥିବେ ବୋଲି ସେ କହିଛନ୍ତି।

Share