ପୁଣେ,୨୭।୩: ଭାରତକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ୬ ଉଇକେଟରେ ପରାସ୍ତ କରିଛି ଇଂଲଣ୍ଡ ଟିମ୍। ଫଳରେ ଦଳ ପ୍ରଥମ ଦିନିକିଆରେ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥଳେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର କହିଛନ୍ତି, ଭାରତକୁ ୩୩୬ ରନ୍ରେ ରୋକିବାରେ ବୋଲର୍ମାନେ ସଫଳ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ଦଳ ବଡ଼ ସ୍କୋର କରିଥିଲା। ହେଲେ ଲକ୍ଷ୍ୟକୁ ହାସଲ କରିବା ବେଳେ ଆମେ ଭଲ ଭାଗିଦାରୀ କରିଥିଲେ। ଆମର ଓପନରମାନେ ଦୀର୍ଘଦିନ ଧରି ଭଲ ଖେଳି ଆସୁଛନ୍ତି। ଜନି ବେୟାରଷ୍ଟୋ-ବେନ୍ ଷ୍ଟୋକ୍ସଙ୍କ ସହ ମିଶି ଖୁବ୍ ପ୍ରଶଂସନୀୟ ରନ୍ କରିଥିଲେ। ସ୍ପିନର ମୋଇନ ଅଲି ଭଲ ବୋଲିଂ କରିଥିଲେ। ଏହି ବିଜୟଠାରୁ ଶେଷ ମୁକାବିଲା ମଧ୍ୟ ରୋଚକ ହେବ ବୋଲି ସେ କହିଛନ୍ତି।