Categories: ଜାତୀୟ

ଜୋଷୀମଠ ଘଟଣାକୁ ନେଇ ରିପୋର୍ଟ ଦାଖଲ କଲେ ଉତ୍ତରାଖଣ୍ଡ ସରକାରଙ୍କ କମିଟି

ଡେରାଡୁନ,୮ ।୧: ଉତ୍ତରାଖଣ୍ଡର ଜୋଷୀମଠରେ ମାଟି ଧସିବା ଯୋଗୁଁ ବହୁଘରେ ଫାଟ ସୃଷ୍ଟି ହୋଇଛି । ଏହି ଘଟଣାର ଯାଞ୍ଚ ପାଇଁ ଉତ୍ତରାଖଣ୍ଡ ସରକାର ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ । ରବିବାର ଏହି କମିଟି ତା’ର ରିପୋର୍ଟ ପ୍ରଦାନ କରିଛି । ରିପୋର୍ଟରେ କୁହାଯାଇଛି କି ପ୍ରଭାବିତ ଲୋକଙ୍କୁ ତୁରନ୍ତ ବିସ୍ଥାପିତ କରାଯାଉ ଓ କ୍ଷତିଗ୍ରସ୍ତ କୋଠାକୁ ଭାଙ୍ଗିଦେଇ ଏହାର ଭଙ୍ଗା ଇଟା,ସିମେଣ୍ଟ, ବାଲିକୁ ସେଠାରୁ ହଟାଇ ଦିଆଯାଉ ।

ରିପୋର୍ଟରେ କୁହାଯାଇଛି କି, ଜେପି କଲୋନିରୁ ମାରୱାଡି ବ୍ରିଜ ପର୍ଯ୍ୟନ୍ତ ନମୁନା ସଂଗ୍ରହ କରାଯାଇଥିଲା, କାରଣ ଏହି ପର୍ଯ୍ୟନ୍ତ ପାଣିର ଫ୍ଲୋ ଥିଲା । ଏହି କାରଣରୁ ଭୂମି ଭିତରେ ଏକ ଖାଲି ସ୍ଥାନ ସୃଷ୍ଟି ହୋଇଥିଲା, ଫଳରେ ଭୂମି ଧସିବାରେ ଲାଗିଛି । ଏହି କାରଣରୁ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି ଯାହାର ଗଭିରତା ଏକ ମିଟର ପର୍ଯ୍ୟନ୍ତ ରହିଛି ।
କିଛି ସ୍ଥାନରେ ଜମି ସମତୁଲ ନାହିଁ । ଯେଉଁଥିପାଇଁ ଘରର କାନ୍ଥ ଓ ମୁଳଦୁଆ ଦୁର୍ବଳ ହୋଇଯାଉଛି । ଏହି କାରଣରୁ କୋଠା ଓ ପଡିଆରେ ଫାଟ ସୃଷ୍ଟି ହେଉଛି ।
ଏହିଭଳି କିଛି ଗୁରୁତ୍ୱପୂର୍ଣ୍ଣ କାରଣ ଦର୍ଶାଇଛନ୍ତି ୮ ଜଣିଆ ସଦସ୍ୟ ବିଶିଷ୍ଟ ଯାଞ୍ଚ କମିଟି ।

Share