Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଜୋଷୀମଠ ଭଳି ସଙ୍କଟ

ଶ୍ରୀନଗର,୪।୨: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଜୋଷୀମଠ ଭଳି ସଙ୍କଟ ସାମ୍ନାକୁ ଆସିଛି। ଜିଲାର ଏକ ଗାଁର ମାଟି ଦବିବାରେ ଲାଗିଛି। ପରିବାର ଲୋକଙ୍କୁ ଘରୁ ବାହାର କରି ସୁରକ୍ଷିତ ସ୍ଥାନକୁ ପଠାଯାଉଛି। ଏ ପର୍ଯ୍ୟନ୍ତ ୧୯ଟି ଘର, ୧ଟି ମସ୍‌ଜିଦ ଏବଂ ୧ଟି ମଦ୍ରାସାକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

କିଶ୍ଟୱଡ-ବାଟୋଟ ଜାତୀୟ ରାଜପଥରେ ଡୋଡା ସହରଠାରୁ ୩୫ କିଲୋମିଟର ଦୂରରେ ଥିବା ଥାଥ୍ରି ଅଞ୍ଚଳର ନାଇ ବସ୍ତି ଗ୍ରାମରେ ମାଟି ଦବିବା କାରଣରୁ ଘରର କାନ୍ଥରେ ଫାଟ ସୃଷ୍ଟି ହେବା ସହ ଛାତ ଓ କାନ୍ଥ ଖସିବାକୁ ଆରମ୍ଭ କରିଥିଲା। ଅଧିକାରୀ କହିଛନ୍ତି ଯେ, ଭୂସ୍ଖଳନର କାରଣ ଅନୁସନ୍ଧାନ ପାଇଁ ବିଶେଷଜ୍ଞଙ୍କୁ ଗାଁକୁ ପଠାଯାଇଛି। ଏଥିସହ ଡୋଡା ଡେପୁଟି କମିଶନର ବିଶେଷ ମହାଜନ କହିଛନ୍ତି, ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛୁ।

Share