Categories: ଖେଳ

ଜୋସୁଆଙ୍କ ହ୍ୟାଟ୍ରିକ୍‌

ଆଡିଲେଡ୍‌,୪ା୧୧: ଷଷ୍ଠ ବୋଲର ଭାବେ ଟି୨୦ ବିଶ୍ୱକପରେ ହ୍ୟାଟ୍ରିକ ନେଇଛନ୍ତି ଆୟର୍ଲାଣ୍ଡର ଜୋସୁଆ ଲିଟିଲ୍‌। ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ସୁପର-୧୨ ମ୍ୟାଚରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ଲିଟିଲ। ଏହା ସହିତ ଚଳିତ ବିଶ୍ୱକପ ସଂସ୍କରଣର ଦ୍ୱିତୀୟ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ୟୁଏଇ ପକ୍ଷରୁ ଖେଳୁଥିବା ଭାରତୀୟ ମୂଳନିବାସୀ କାର୍ତ୍ତିକ ମୟପ୍ପନ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ। ୧୯ ତମ ଓଭର ବୋଲିଂ କରୁଥିବା ଲିଟିଲ୍‌ ଲଗାତାର ବଲ୍‌ରେ ଓ୍ବିଲିୟମସନ୍‌, ଜିମି ନିଶାମ୍‌ ଓ ମିଚେଲ ସାଣ୍ଟନରଙ୍କୁ ଆଉଟ କରିଥିଲେ।

Share