Categories: ଜାତୀୟ

ଖବରଦାତାଙ୍କୁ ହତ୍ୟା: ୟୁପି ଆଇନ ବ୍ୟବସ୍ଥାକୁ ନେଇ ଉଠୁଛି ପ୍ରଶ୍ନ

ଲକ୍ଷ୍ନୌ,୨୫।୮: ଉତ୍ତର ପ୍ରଦେଶର ବଲିଆ ଜିଲାରେ ରତନ ସିଂ ନାମକ ଜଣେ ଖବରଦାତାଙ୍କୁ ହତ୍ୟା କରାଯିବା ପରେ ଏବେ ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ମଙ୍ଗଳବାର ମନ୍ତ୍ରୀ ଆନନ୍ଦ ସ୍ବରୂପ ଶୁକ୍ଳା ହସ୍ପିଟାଲ ଗସ୍ତ କରିବା ସହ କହିଛନ୍ତି, ଘଟଣା ଅତ୍ୟନ୍ତ ଗୁରୁତର। ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏନେଇ କଥା ହେବେ। ଏହାସହ ଖବରଦାତାଙ୍କ ପରିବାରକୁ କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ଏକ ଚାକିରି ଯୋଗାଇ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ବିଏସ୍‌ପି ମୁଖ୍ୟ ଶୁଶ୍ରୀ ମାୟାବତି କହିଛନ୍ତି ଉତ୍ତର ପ୍ରଦେଶରେ ଏବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ହେବା ନିନ୍ଦନୀୟ ବିଷୟ। ଏଥିରୁ ସ୍ପଷ୍ଟ ହେଉଛି ଯେ ଉତ୍ତରପ୍ରଦେଶରେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ଭୂଷୁଡି ପଡିଛି।

Share