ନୂଆଦିଲ୍ଲୀ,୧୨।୧୨: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମାତ୍ରାଧିକ ଜନଗହଳି, କର୍ମଚାରୀ ଅଭାବ ଏବଂ କାର୍ଯ୍ୟରେ ବିଳମ୍ବ ହେବା ସହ ବିଶୃଙ୍ଖଳା ଦେଖାଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ନେଇ ସୋମବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ୩ ନମ୍ବର ଟର୍ମିନାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ସିନ୍ଧିଆ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ସୁରକ୍ଷା କର୍ମୀଙ୍କ ସହ କଥା ହୋଇ ଅଧିକ ଭିଡ଼ ଥିବା ଗେଟ୍ରେ ଯାତ୍ରୀଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବା ଏବଂ ପ୍ରତ୍ୟେକ ଫାଟକରେ ସ୍ବତନ୍ତ ଅଧିକାରୀଙ୍କୁ ନିୟୋଜିତ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ୧୩ ଲାଇନରୁ ୧୬ ଲାଇନକୁ ସୁରକ୍ଷା ବୃଦ୍ଧି କରିବାକୁ କହିଛନ୍ତି। ମାସ ଶେଷ ସୁଦ୍ଧା ୩ଟି ନୂତନ ଲାଇନ ଆରମ୍ଭ କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।