Categories: ଜାତୀୟ

ସାମ୍ବାଦିକା ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୫।୧୧: ସାମ୍ବାଦିକା ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ସଜା ଘୋଷଣା ହୋଇଛି। ଚାରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଏବଂ ଅଜୟ କୁମାରଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ଚାରି ଦୋଷୀଙ୍କ ଉପରେ ଜୋରିମାନା ମଧ୍ୟ ଲଗାଇଛନ୍ତି। ଦିଲ୍ଲୀର ସାକେତ କୋର୍ଟ ଶୁକ୍ରବାର ଶୁଣାଣି କରି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଚାରି ଦୋଷୀଙ୍କୁ ଦୁଇଟି ଭିନ୍ନ ମାମଲାରେ ଆଜୀବନ କାରାଦଣ୍ଡ ଏବଂ ଜୋରିମାନା ଲଗାଇଛନ୍ତି କୋର୍ଟ।

ସୂଚନାଯୋଗ୍ୟ ୨୦୦୮ ମସିହା ୩୦ ସେପ୍ଟେମ୍ବରରେ ଦିଲ୍ଲୀର ନେଲସନ ମଣ୍ଡେଲା ମାର୍ଗରେ ସୌମ୍ୟାଙ୍କର ହତ୍ୟା ହୋଇଥିଲା। ସେତେବେଳେ ସୌମ୍ୟା ରାତିରେ ତାଙ୍କର ଡ୍ୟୁଟି ସାରି ଘରକୁ ଫେରୁଥିଲେ। ପରେ ସୌମ୍ୟାଙ୍କ କାରରେ ତାଙ୍କର ମୃତଦେହ ପୋଲିସକୁ ମିଳିଥିଲା। ଏହି ହତ୍ୟା ମାମଲାରେ ସବୁଠୁ ବଡ଼ କଥା ହେଉଛି ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସକୁ ୬ ମାସ ସମୟ ଲାଗିଥିଲା।

ସୌମ୍ୟାଙ୍କ ମା’ଙ୍କୁ କୋର୍ଟ ପଚାରିଥିଲେ ଆପଣ କିଛି କହିବାକୁ ଚାହୁଁଛନ୍ତି କି ? ଏହାର ଉତ୍ତରରେ ସେ କହିଥିଲେ ”୧୫ ବର୍ଷ ପରେ ନ୍ୟାୟ ଆମକୁ ନ୍ୟାୟ ମିଳୁ। ମୋ ସ୍ୱାମୀ ଆଇସିୟୁରେ ଅଛନ୍ତି ଏବଂ ନ୍ୟାୟ ଅପେକ୍ଷାରେ ରହିଛନ୍ତି।” ଏହାପରେ କୋର୍ଟ ଚାରି ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଏବଂ ଅଜୟ କୁମାରଙ୍କୁ ଭାରତୀୟ ଦଣ୍ଡ ବିଧାନ ଧାରା ୩୦୨ ଅନୁଯାୟୀ ସେମାନଙ୍କୁ ହତ୍ୟା ଦୋଷୀ ଘୋଷଣା କରିଥିଲେ, ଯେତେବେଳେ କି ପଞ୍ଚମ ଅପରାଧୀ ଅଜ୍ଞ ସେଠିଙ୍କୁ ହତ୍ୟାରେ ଦୋଷୀ ନୁହେଁ କିନ୍ତୁ ଲୁଟ୍ ହୋଇଥିବା ସମ୍ପତ୍ତି ତାଙ୍କ ପାଖରେ ରଖିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି କାରଣରୁ, ଅଜୟ ସେଠୀଙ୍କୁ ଆଇପିସିର ଧାରା ୪୧୧ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Share