Categories: ଜାତୀୟ

ଦୁର୍ନୀତି ପର୍ଦ୍ଦାଫାସରୁ ଖବରଦାତାଙ୍କୁ ହତ୍ୟା

ହାଇଦ୍ରାବାଦ,୯ା୮: ନିଲମ୍ବିତ କନଷ୍ଟେବଳ ସ୍କ୍ରୁଡ୍ରାଇଭର ଭୁସି ଜଣେ ଖବରଦାତାଙ୍କୁ ହତ୍ୟା କରିଛନ୍ତି। ଆନ୍ଧ୍ରପ୍ରଦେଶର କୁର୍ନୋଲ ଜିଲାରେ ରବିବାର ରାତିରେ ଏହି ଘଟଣା ଘଟିଛି। ମୃତକ କେଶବ ସ୍ଥାନୀୟ ଏକ ଚ୍ୟାନେଲରେ ରିପୋର୍ଟର ଭାବେ କାମ କରୁଥିଲେ।

ପୋଲିସ ବିଭାଗରେ ଦୁର୍ନୀତି ଘଟଣାରେ ସେ ରିପୋର୍ଟିଂ କରିଥିବା ବେଳେ ଏହା ଆଧାରରେ କନଷ୍ଟେବଳ ଭେଙ୍କଟ ସୁବାଇୟାଙ୍କୁ ନିଲମ୍ବନ କରାଯାଇଥିଲା। ପ୍ରତିଶୋଧ ନେବାକୁ ଯାଇ ଭେଙ୍କଟ ଏପରି କରିଥିବା ପୋଲିସ କହିଛି। ଭେଙ୍କଟ ଓ ତାଙ୍କ ଭାଇ ନାନି ମିଶି କେଶବଙ୍କୁ ଏକ ଢାବା ନିକଟକୁ ଡାକିଥିଲେ। ସେଠାରେ ସ୍କ୍ରୁଡ୍ରାଇଭର ଭୁସି ତାଙ୍କୁ ହତ୍ୟା କରିଥିଲେ। ଉଭୟେ ଘଟଣାସ୍ଥଳରୁ ଫେରାର ଅଛନ୍ତି।

Share