Categories: ଜାତୀୟ

ବଳାତ୍କାର ମାମଲାରେ ୮ବର୍ଷ ପରେ ଦୋଷମୁକ୍ତ ହେଲେ ବରିଷ୍ଠ ଖବରଦାତା

ପଣଜୀ,୨୧।୫: ବଳାତ୍କାର ମାମଲାରେ ବରିଷ୍ଠ ଖବରଦାତାଙ୍କୁ ମିଳିଲା ଆଶ୍ୱସ୍ତି। ଦୀର୍ଘ ୮ବର୍ଷ ପରେ ବରିଷ୍ଠ ଖବରଦାତା ତଥା ତେହେଲକା ମ୍ୟାଗାଜିନ୍‌ର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ବଳାତ୍କାର ମାମଲା ଗୋଆ ସେଶନ୍‌ କୋର୍ଟ ଦୋଷମୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୩ରେ ଗୋଆର ଏକ ବିଳାସମୟ ହୋଟେଲର ଏକ ଲିଫ୍ଟରେ ତରୁଣ ଜଣେ ମହିଳା ସହଯୋଗୀଙ୍କୁ ଯୌନ ଉତ୍ପୀଡନ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ତରୁଣଙ୍କ ବିରୋଧରେ ଗୋଆ ପୋଲିସ ୨୦୧୩ ନଭେମ୍ବରରେ ଏଫ୍‌ଆଇଆର ରୁଜୁ କରି ଗିରଫ କରିଥିଲା। ହେଲେ ୨୦୧୪ ମେ’ରୁ ତରୁଣ ଜାମିନରେ ଥିଲେ। ତେବେ ଦୀର୍ଘ ୮ବର୍ଷ ହେଲା ତାଙ୍କ ଉପରେ ଏହି ମକଦ୍ଦମା ଚାଲୁଥିବା ବେଳେ ଶୁକ୍ରବାର କୋର୍ଟ ତାଙ୍କୁ ଆଶ୍ୱସ୍ତିକର ପ୍ରଦାନ କରିଛନ୍ତି।

Share