ସାମ୍ବାଦିକଙ୍କ ମାତୃବିୟୋଗ

ଭୁବନେଶ୍ୱର, ୨୯।୧୨ (ବ୍ୟୁରୋ): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ହାସିମନଗର ନିବାସୀ ବରିଷ୍ଠ ସାମ୍ବାଦିକ ତଥା ଜ୍ୟୋତିର୍ବିଦ୍‌ ଦୋଳଗୋବିନ୍ଦ ପଣ୍ଡାଙ୍କ ମା’ ସରସ୍ବତୀ ପଣ୍ଡାଙ୍କ ଗତ ଶନିବାର ସକାଳ ୭ଟାରେ ମସ୍ତିଷ୍କାଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ଜଣେ ଧର୍ମପରାୟଣା, ପରୋପକାରିଣୀ ଏବଂ ବନ୍ଧୁବତ୍ସଳା ମହିଳା ଭାବେ ସେ ଜନପ୍ରିୟ ଥିଲେ। ହାସିମନଗରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠପୁତ୍ର ରଘୁନାଥ ପଣ୍ଡା ମୁଖାଗ୍ନି ଦେଇଥିଲେ। ସରସ୍ବତୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share