ଇମ୍ରାନଙ୍କ ଶାସନ ସମୟରେ ସାମ୍ବାଦିକଙ୍କୁ କରାଯାଉଥିଲା ଅପହରଣ; ସେନାକୁ ଦୋଷ ଦେଲେ ପ୍ରଧାନମନ୍ତ୍ରୀ

ଇସଲାମବାଦ,୫।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ମୁଖ୍ୟ ଇମ୍ରାନ ଖାନଙ୍କ ଶାସନ ସମୟରେ ବହୁ ସାମ୍ବାଦିକଙ୍କୁ ଅପହରଣ କରାଯାଇଛି। ଯାହାକୁ ନେଇ ମୁହଁ ଖୋଲିଛନ୍ତି ଇମ୍ରାନ। ଏନେଇ ସେ ସେନାକୁ ଦାୟୀ କରିଛନ୍ତି। ପାକିସ୍ତାନର ଏଜେନ୍ସି ଡନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଆମେରିକାର ଏକ ବୈଦୁତିକ ଗଣମାଧ୍ୟମ ସାକ୍ଷାତକାରରେ ଇମ୍ରାନ କୌଣସି ସ୍ଥାନକୁ ଗଣମାଧ୍ୟମ ଏବଂ ସାମ୍ବାଦିକଙ୍କୁ ନିଷେଧ କରାଯାଇଥିବା ସମାଲୋଚନାକୁ ଖଣ୍ଡନ କରିଛନ୍ତି। ସେ କ୍ଷମତାରେ ଥିବାବେଳେ କୌଣସି ନ୍ୟୁଜ ଚ୍ୟାନେଲ ବନ୍ଦ ହୋଇ ନାହିଁ ଏବଂ ସାମ୍ବାଦିକଙ୍କୁ ଦେଶ ଛାଡିବାକୁ ବାଧ୍ୟ କରାଯାଇ ନାହିଁ ବୋଲି ଦାବି କରିଛନ୍ତି।

Share