ଖବରଦାତାଙ୍କୁ କୋଭିଡ୍‌ ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜୀବନକୁ ବାଜି ଲଗାଇ ଖବର ପହଞ୍ଚାଉଥିବାରୁ କଲେ ପ୍ରଶଂସା

ଭୁବନେଶ୍ୱର,୨।୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଜୀବନ ହାରିଲେଣି ଅନେକ ସାମ୍ବାଦିକ। ତଥାପି ଜୀବନକୁ ବାଜି ଲଗାଇ ସେମାନେ ଖବର ପରିବେଷଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖବରଦାତାଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରାଯାଉ ବୋଲି ଦାବି କରାଯାଉଥିଲା। ଶେଷରେ ତାହା ହୋଇଛି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖବରଦାତାମାନଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ସେମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଥିବା ସେ କହିବା ସହ କରୋନା ସତ୍ତ୍ୱେ ରାଜ୍ୟବାସୀଙ୍କ ପାଖରେ ସଚେତନତା ସମ୍ପର୍କିତ ଖବର ସେମାନେ ପହଞ୍ଚାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହି ଘୋଷଣା ଦ୍ୱାରା ରାଜ୍ୟର ୬୯୪୪ ସାମ୍ବାଦିକ ଉପକୃତ ହେବେ ବୋଲି ଜଣାପଡ଼ିଛି।

Share