କେନ୍ଦୁଝର,୧୮।୧୧(ସ୍ବ.ପ୍ର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ମନା କରାଯିବା ପ୍ରତିବାଦରେ ଜିଲା ପ୍ରେସ କ୍ଲବ କେନ୍ଦୁଝର ପକ୍ଷରୁ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗୁରୁବାର ମଧ୍ୟାହ୍ନରେ ହେବାକୁ ଥିବା ଖବରଦାତା ସମ୍ବିଳନୀକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ କେନ୍ଦୁଝର ଜିଲାରେ ସ୍ବାସ୍ଥ୍ୟ କାର୍ଡର ଶୁଭାରମ୍ଭ କରିଛନ୍ତି। ଏ ନେଇ ପ୍ରକାଶ ନବ ନିର୍ମିତ ସଂସ୍କୃତି ଭବନରେ ସତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲେ ହେଁ ସେଠାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।