କୋରାପୁଟ,୧।୫(ସ୍ବ.ପ୍ର.): ଓଡ଼ିଶା ସାମ୍ବାଦିକ ୟୁନିୟନ ଆହ୍ବାନ କ୍ରମେ ସୋମବାର ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ରୂପେ କୋରାପୁଟ ଜିଲା ସାମ୍ବାଦିକ ସଂଘ ପାଳନ କରିଛି । ଏଥିସହ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ଦିଲୀପ ମହାନ୍ତିଙ୍କ ନେତୃତ୍ୱରେ ସଂଖ୍ୟାଧିକ ସାମ୍ବାଦିକ ଶୋଭାଯାତ୍ରା କରି ଅତିରିକ୍ତ ଜିଲାପାଳ ରାମେଶ୍ବର ପ୍ରଧାନଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ବୀମା ରାଶିର ପରିମାଣ ୨ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ସର୍ବନିମ୍ନ ମାସିକ ୧୫ ହଜାର ଟଙ୍କା ପେନସନ, ସାମ୍ବାଦିକ ଅଧିସ୍ବୀକୃତି କମିଟିର ପୁନର୍ଗଠନ ଓ ସାମ୍ବଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପ୍ରମୁଖ ଦାବି ରହିଥିବା ଜଣାପଡିଛି । କୋରାପୁଟ ପ୍ରେସ୍କ୍ଲବଠାରେ ଶ୍ରମିକ ଦିବସ ପାଳନ କରାଯାଇଥିଲା।