Categories: ଜାତୀୟ

ଜୁନ୍‌ ୨୮ରୁ ଅମରନାଥ ଯାତ୍ରା

ଶ୍ରୀନଗର,୧୩।୩: ଅମରନାଥ ଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ୨୮ ଜୁନ୍‌ରୁ ଏହି ଯାତ୍ରା ଆରମ୍ଭ ହୋଇ ଶ୍ରାବଣ ମାସ ପୂର୍ଣ୍ଣିମାରେ ଶେଷ ହେବ। ଶ୍ରୀ ଅମରନାଥ ମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ କରୋନା ମହାମାରୀ ଯୋଗୁ ଅମରନାଥ ଯାତ୍ରା ବାତିଲ ହୋଇଥିଲା। କିନ୍ତୁ ବର୍ତ୍ତମାନ ମହାମାରୀ ପ୍ରଭାବ ହ୍ରାସ ପାଇବା ପରେ ବାବାଙ୍କ ଦର୍ଶନ ପାଇଁ ପୁଣି ରାସ୍ତା ସଫା ହୋଇଛି।

ଶ୍ରଦ୍ଧାଳୁମାନେ ବାବା ଅମରନାଥଙ୍କ ଦର୍ଶନ ପାଇବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ଗାଇଡ୍‌ଲାଇନ ମଧ୍ୟ ଜାରି କରାଯାଇଛି।

ଅମରନାଥ ଯାତ୍ରା ମନ୍ଦିର ବୋର୍ଡ ଦ୍ୱାରା ପରିଚାଳିତ। ଏହି ବୋର୍ଡ ହିଁ ଜାନୁୟାରୀରୁ ଜୁନ୍‌-ଜୁଲାଇ ମଧ୍ୟରେ ହେବାକୁ ଥିବା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କରିଥାଏ। କରୋନା ଯୋଗୁ ଏଥର ଯାତ୍ରାରେ ଅନେକ ପରିବର୍ତ୍ତନ କରାଯାଇପାରେ।

Share