ଅକ୍ସିଜେନକୁ ନେଇ ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଦିଲ୍ଲୀ ଓ ମହାରାଷ୍ଟ୍ର ଭଳିି ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ ଘୋର ଅଭାବ ଦେଖାଦେଇଛି। ଏହା ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏପରି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଉଛନ୍ତି। ଏଥିଲାଗି ରାଜ୍ୟ ସରକାରଙ୍କୁ ଚାରିଆଡୁ ପ୍ରଶଂସା ମିଳୁଥିବା ବେଳେ ଭାଜପା କିନ୍ତୁ ପାଲଟା ଭାବେ ସମାଲୋଚନା କରିଛି। ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଅକ୍ସିଜେନକୁ ନେଇ ଓଡ଼ିଶା ସରକାର ରାଜନୀତି କରୁଛନ୍ତି। ଅକ୍ସିଜେନ ଉତ୍ପାଦନ ଲାଗି ରାଜ୍ୟ ସରକାରଙ୍କ କୌଣସି କାରଖାନା ବା ପ୍ଲାଣ୍ଟ ନାହିଁ। ତେବେ କେଉଁଠାରୁ ସରକାର ଅକ୍ସିଜେନ ଆଣି ଯୋଗାଉଛନ୍ତି। ଯଦି କିଣିଛନ୍ତି ତେବେ କେଉଁଠାରୁ କେତେ ଟଙ୍କାରେ ମଗାଇଛନ୍ତି କୁହନ୍ତୁ। ସାଧାରଣତଃ କେନ୍ଦ୍ର ଓ ବିଭିନ୍ନ ଘରୋଇ ଇସ୍ପାତ କାରଖାନାରୁ ଅକ୍ସିଜେନ ଉତ୍ପାଦନ ହୋଇଥାଏ। ଅକ୍ସିଜେନ ସପ୍ଲାଏ ପିଏମ୍‌ଓ(ପ୍ରଧାନମନ୍ତ୍ରୀ ଅଫିସ)ରୁ ହେଉଛି ସିଏମ୍‌ଓ(ମୁଖ୍ୟମନ୍ତ୍ରୀଙ୍କ ଅଫିସ)ରୁ ନୁହେଁ ବୋଲି ଲେଖାଶ୍ରୀ କହିଛନ୍ତି। ଲେଖାଶ୍ରୀଙ୍କ ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି, ସାରା ଭାରତବର୍ଷକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡ଼ିଶାକୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ଲେଖାଶ୍ରୀ ତାହାକୁ ସହ୍ୟ କରିପାରୁ ନାହାନ୍ତି ା ଓଡ଼ିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଓ ନିମ୍ନମାନର ମନ୍ତବ୍ୟ ଦେବା ସହିତ ଅସହିଷ୍ଣୁ ମନୋଭାବ ଦେଖାଉଛନ୍ତି। ଅକ୍ସିଜେନ ଯୋଗାଣ ମାଧ୍ୟମରେ ଓଡ଼ିଶା ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟର ଲୋକଙ୍କୁ ଜୀବନଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ଏଭଳି ସହଯୋଗ ପାଇଁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡିଶାକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ା ତେବେ ଏଭଳି ପ୍ରଶଂସାକୁ ଏବେ ଭାଜପା ଗ୍ରହଣ କରିପାରୁ ନାହିଁି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଚାପି ହୋଇଗଲେ ଚାଳକ

ନୟାଗଡ଼,୨୬ା୧୨(ଲୋକନାଥ ମିଶ୍ର): ନୟାଗଡ଼ଠାରେ ଗୁରୁବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ ଯେ, ବିଶାଖାପାଟଣାରୁ ସିମେଣ୍ଟ...

ଜାନୁଆରୀରୁ ଚାଷୀ ପଞ୍ଜୀକରଣ, ଚିହ୍ନଟ ହେବେ ଅଣଚାଷୀ

ଭୁବନେଶ୍ୱର, ୨୬ା୧୨(ସୁନିତ୍‌ ମିଶ୍ର):ରାଜ୍ୟର ଯେଉଁ ଅଣଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ଲାଭ ଉଠାଉଛନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ। ରାଜ୍ୟ ସରକାର ଏବେ ଉପଯୁକ୍ତ ଚାଷୀଙ୍କୁ ଚିହ୍ନଟକରିବା...

ବିଲରେ ଉଜୁଡ଼ା ଫସଲ ଦେଖି ଆଖି ବୁଜିଲେ ଚାଷୀ

ଡେରାବିଶ,୨୬ା୧୨(ବେବର୍ତ୍ତା ଅଜୟ ଦାସ):ପୁରୀ ଜିଲା ସତ୍ୟବାଦୀ ବ୍ଲକ୍‌ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଡୁଙ୍ଗର ଗ୍ରାମର ଜଣେ ଚାଷୀ ଉଜୁଡ଼ା ଫସଲ ଦେଖି ବିଲରେ ଟଳି ପଡିଥିଲେ।...

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏହି ଦିନଠାରୁ କମିବ ବର୍ଷା, ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ଆଜିଠୁ ବର୍ଷା କମିବାକୁ ଥିବା ବେଳେ କାଲିଠୁ ସମ୍ପର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷ କରି...

ଏହି ଦିନ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା:ପ୍ରାୟ ଏକ କୋଟି ମହିଳା…

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରାଯିବ।...

ନିର୍ବାଚନରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧୨: ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ। ଯେଉଁ ଦିନ ସରକାର...

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri