Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିପକ୍ଷ ଦଳ ସହ ଆଲୋଚନ କରିବ ଭାଜପା

ନୂଆଦିଲ୍ଲୀ,୧୨।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଉପଯୁକ୍ତ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ଭାଜପା ଏନଡିଏ ସହଯୋଗୀମାନଙ୍କ ସହ କଥା ହେବ। ଏହା ବ୍ୟତୀତ ଭାଜପା ୟୁପିଏ ସମର୍ଥିତ ଦଳ ତଥା ସ୍ବାଧୀନ ନେତାଙ୍କ ସହ ମଧ୍ୟ ଆଲୋଚନା କରିବ। ଏଥିପାଇଁ ଦଳ ମଧ୍ୟ ଦାୟିତ୍ୱ ସ୍ଥିର କରିଛି। ଏହି ଦାୟିତ୍ୱ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦିଆଯାଇଥିବା ଭାରତୀୟ ଜନତା ଦଳର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି। ଉଭୟ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ), ୟୁନାଇଟେଡ ପ୍ରୋଗ୍ରେସିଭ ଆଲାଏନ୍ସ (ୟୁପିଏ) ର ଅନ୍ୟ ସମସ୍ତ ଦଳ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ଆଲୋଚନା କରିବ।
ସୂଚନାଯୋଗ୍ୟ, ୨୦୧୭ ରାଷ୍ଟ୍ରପତି ନିର୍ବାଚନ ସମୟରେ ଭାଜପା ସେମାନଙ୍କ ସହ ଆଲୋଚନା କରି ନ ଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ। ଏହି କାରଣରୁ ଏଥର ଭାଜପା ସବୁ ଦଳ ସହ ଆଲୋଚନ କରି ପ୍ରାର୍ଥୀ ସ୍ଥିର କରିବ। ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

Share