Categories: ଜାତୀୟ

ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ନଡ୍ଡା କହିଲେ, ‘ଏହା ସନାତନ ଧର୍ମକୁ ଶେଷ କରିବାର ରଣନୀତି’

ନୂଆଦିଲ୍ଲୀ,୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାବି କରିଛନ୍ତି ଯେ ଖୁବ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବ। ମଧ୍ୟପ୍ରଦେଶର ଚିତ୍ରକୋଟରେ ‘ଜନ ଆର୍ଶିବାଦ ଯାତ୍ରା’ରେ ଜନତାଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆଜି ମଧ୍ୟପ୍ରଦେଶ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଛି ଏବଂ ସ୍ବଚ୍ଛତା ଦୃଷ୍ଟିରୁ ରାଜ୍ୟ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି।
ସେ କହିଛନ୍ତି ଯେ ସ୍ମାର୍ଟ ସିଟିରେ ଏବଂ ପ୍ରଧାନ ମନ୍ତ୍ର ସ୍ବାମୀତ୍ୱ ଯୋଜନାରେ ରାଜ୍ୟ ଏକ ନମ୍ବର ସ୍ଥାନରେ ରହିଛି। ଭାରତ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବ, ଏହା ଆମର ଗ୍ୟାରେଣ୍ଟି, ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି।
ଏଥିସହିତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ସମ୍ପର୍କରେ ଦେଇଥିବା ବୟାନ ଉପରେ ଜେପି ନଡ୍ଡା ଖୁବ ବର୍ଷିିଛନ୍ତି। ସେ ପ୍ରଶ୍ନ କରିଥିଲେ କି, ସନାତନ ଧର୍ମକୁ ଧ୍ୱଂସ କରିବା ସେମାନଙ୍କର ରାଜନୈତିକ ରଣନୀତି କି। ଉଦୟନିଧି ଷ୍ଟାଲିନ କଥିତ ଭାବେ କହିଥିଲେ କି ଆମେ ଯେପରି ଡେଙ୍ଗୁ ଓ ମ୍ୟାଲେରିଆକୁ ଶେଷ କରିଥିଲେ ସେମିତି ସନାତନକୁ ଶେଷ କରିଦେବା ଦରବାର।

Share