ନୂଆଦିଲ୍ଲୀ,୧୬।୧୦: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡା ରବିବାର ଦିଲ୍ଲୀର ରାମଲିଲା ମଇଦାନରୁ ଏମସିଡି ନିର୍ବାଚନ ବିଗୁଲ ବଜାଇଛନ୍ତି। ସେ ‘ପଞ୍ଚ ପରମେଶ୍ୱର ସମ୍ମିଳନୀ’କୁ ସମ୍ବୋଧିତ କରି ସେ ବିରୋଧୀ ତଥା ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିଥିଲେ। କେଜ୍ରିୱାଲ ସରକାରକୁ ‘ସ୍କାମ-ୱାଲି ସରକାର’ ବୋଲି କହି ସମ୍ବୋଧିତ କରିଥିଲେ।
ଭାଜପା ସଭାପତି କହିଛନ୍ତି, କମ୍ୟୁନିଷ୍ଟମାନେ ଆଉ କମ୍ୟୁନିଷ୍ଟ ନାହାନ୍ତି, ସମାଜବାଦୀମାନେ ଆଉ ସମାଜବାଦୀ ନାହାନ୍ତି ଏବଂ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଭାଇ ଓ ଭଉଣୀଙ୍କ ଦଳ ହୋଇରହିଯାଇଛି। ଲୋକମାନେ ଆୟୁଷ୍ମାନ ଯୋଜନାର ଲାଭ ସାରା ଦେଶରେ ପାଇଛନ୍ତି, କିନ୍ତୁ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ଆୟୁଷ୍ମାନ ଯୋଜନାର ଲାଭ ଉଠାଇବାକୁ ଦେଇ ନାହାଁନ୍ତି। ଦିଲ୍ଲୀର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହା ଏକ ଘୋଟାଲାର ସରକାର। କଂଗ୍ରେସ ଦଳ ଆୟୋଗ ଚାନ୍ଦା ଆଦାୟ ପାଇଁ ଜଣାଶୁଣା, କିନ୍ତୁ ଅରବିନ୍ଦ କେଜ୍ରିୱାଲ ସରକାର ମଧ୍ୟ ଏହାର ରେକର୍ଡ ଭାଙ୍ଗିଛନ୍ତି। ଏବେ କେଜ୍ରିଓ୍ବାଲଙ୍କୁ ଗାଦି ଛାଡିବାକୁ ପଡିବ, ଭାଜପା ଏଠାକୁ ଆସିବ ବୋଲି କହିଛନ୍ତି।