ଭୁବନେଶ୍ୱରରେ ଜେପି ନଡ୍ଡା

ଭୁବନେଶ୍ୱର,୧୫ା୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି। ପରେ ଏକ ହୋଟେଲରେ ଭାଜପା ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ  ଏକ ବୈଠକ କରିଛନ୍ତି।
ଆସନ୍ତାକାଲି ନଡ୍ଡା ରାଜଧାନୀରେ ରୋଡ୍‌ ଶୋ’ କରିବେ। ମାଉସୀ ମା’ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏହି ଶୋ’ କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲାର ପଦ୍ମପୁର ଓ ସୁନ୍ଦରଗଡ଼ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।