Categories: ଜାତୀୟ

ମୋଦିଙ୍କୁ ଭେଟିଲେ ନଡ୍ଡା

ନୂଆଦିଲ୍ଲୀ,୬।୬: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ଜାତୀୟ ସାଧାରଣ ସଚିବଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ୭ ଲୋକ କଲ୍ୟାଣ ମାର୍ଗରେ ପହଞ୍ଚିଛନ୍ତି। ସୂଚନାନୁସାରେ, ଉତ୍ତରପ୍ରଦେଶର ରାଜନୀତି ଠାରୁ ଆଗାମୀ ୨୦୨୨ ନିର୍ବାଚନ ପର୍ଯ୍ୟନ୍ତ ଏହି ବୈଠକରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଗତ ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଭାଜପା ମୋର୍ଚ୍ଚର ଅଧ୍ୟକ୍ଷଙ୍କୁ ଭେଟିଥିଲେ। ଏହି ବୈଠକ ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିଲା। ଏହି ବୈଠକରେ ଭାଜପା ଜାତୀୟ ସଭାପତି ଜେପି ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ ସନ୍ତୋଷ ମଧ୍ୟ ଉପସ୍ଥିତ ଥିଲେ।

Share