Categories: ଜାତୀୟ

ଭିନେଶଙ୍କୁ ନେଇ ମୁହଁ ଖୋଲିଲେ ଜେପି ନଡ୍ଡା: ରାଗିକି କହିଲେ…

ନୂଆଦିଲ୍ଲୀ,୮।୮: ଅଲିମ୍ପିକ୍ସରୁ ବିନେଶ ଫୋଗଟଙ୍କ ଦୁଃଖଦ ବିଦାୟ ପରେ ସଂସଦରେ ଉତ୍ତେଜନା ଦେଖାଯାଇଛି। ବିରୋଧୀ ୨ ଦିନ ହେଲା ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡା କହିଛନ୍ତି, ଏହା ଏକ ଜାତୀୟ ପ୍ରଶ୍ନ, ସମଗ୍ର ଦେଶ ସେମାନଙ୍କ ସହିତ ଛିଡା ହୋଇଛି। ଏହା ଦୁର୍ଭାଗ୍ୟଜନକ ଯେ ଆମେ ଏହାକୁ ଭଲ ଏବଂ ଖରାପ ଭାଗରେ ବିଭକ୍ତ କରିବାକୁ ଚେଷ୍ଟା କରୁଛୁ।

ରାଜ୍ୟ ସଭାରେ ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ ଜେପି ନଡା କହିଛନ୍ତି, ଭିନେଶ ଫୋଗଟଙ୍କ ସହ ସମଗ୍ର ଦେଶ ଛିଡା ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀ ତାଙ୍କୁ ‘ଚାମ୍ପିଅନ ଅଫ ଚାମ୍ପିଅନ୍ସ’ ବୋଲି କହିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ବର ହେଉଛି ୧୪୦ କୋଟି ଲୋକଙ୍କ ସ୍ବର। ଦୁର୍ଭାଗ୍ୟବଶତଃ ଆମେ ଏହାକୁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଭାଗ କରୁଛୁ। ଦୁର୍ଭାଗ୍ୟବଶତଃ ବିରୋଧୀଙ୍କ ପାଖରେ କୌଣସି ଠୋସ ପ୍ରସଙ୍ଗ ନାହିଁ। ଏସବୁ ପ୍ରସଙ୍ଗ ଉଠାଇ ମାହୋଲ ବିଗାଡିବାକୁ ଚାହୁଁଛନ୍ତି। ଭାରତ ସରକାର, କ୍ରୀଡା ମନ୍ତ୍ରଣାଳୟ ଏବଂ ଆଇଓସି ସମସ୍ତ ଫୋରମରେ ଏହାର ସମାଧାନ ପାଇଁ ଚେଷ୍ଟା କରିଛନ୍ତି।
ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ପ୍ରସଙ୍ଗରେ ବିରୋଧୀମାନେ ରାଜ୍ୟ ସଭାରୁ ଓ୍ବାକ୍‌ଆଉଟ୍‌ କରିଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି, ସେମାନେ (ବିରୋଧୀ) ଭାବନ୍ତି ଯେ ସେମାନେ ହିଁ ଏକମାତ୍ର ଯାହାଙ୍କ ହୃଦୟ ଫାଟିଯାଉଛି। ଭିନେଶ ପାଇଁ କାରଣରୁ ସମଗ୍ର ଦେଶ ଦୁଃଖ ପ୍ରକାଶ ଭୋଗୁଛି। ସମସ୍ତେ ଏହି ପରିସ୍ଥିତି ବିଷୟରେ କହୁଛନ୍ତି କିନ୍ତୁ ଏହାକୁ ରାଜନୀତିକରଣ କରିବା ସେହି ଝଅ ପାଇଁ ସବୁଠାରୁ ବଡ ଅପମାନ।

Share