Categories: ଜାତୀୟ

‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କଲେ ନଡ୍ଡା

ଜୟପୁର,୧୬।୭: ଭାଜପା ସଭାପତି ଜେପି ନଡା ରବିବାର ଜୟପୁରରେ ଅନୁଷ୍ଠିତ ଏକ ସଭାରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କରି ଅଶୋକ ଗେହଲଟ ସରକାରଙ୍କ ଉପରେ ବର୍ଷିଛନ୍ତି ନଡ୍ଡା। ସେ କହିଛନ୍ତି, ରାଜସ୍ଥାନର ଗେହଲଟ ସରକାର ମହିଳା, ଦଳିତ ଏବଂ ପଛୁଆବର୍ଗର ଲୋକଙ୍କୁ ନିର୍ଯାତନା ଦେଉଛନ୍ତି। କଂଗ୍ରେସ ଦଳ ହେଉଛି ପୁଅ ଏବଂ ମା’ଙ୍କର ଦଳ।
ନଡ୍ଡା ଆହୁରି ମଧ୍ୟ କହିଥିଲେ, ରାଜସ୍ଥାନରେ ପାଞ୍ଚ ବର୍ଷର ରେକର୍ଡ କ’ଣ? ଗେହଲଟ ସରକାର ଦୁର୍ନୀତିର ଗନ୍ତାଘର ସାଜିଛନ୍ତି। ସେଥିପାଇଁ ଆମେ ନିଷ୍ପତ୍ତି ନେଇଛୁ ଯେ ‘ସହିବ ନାହିଁ ରାଜସ୍ଥାନ’ ନାମକ ଏକ ଅଭିଯାନ ଚଳାଇ ଦୁଇ କୋଟି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କାର୍ଯ୍ୟ କରିବୁ। ପ୍ରତ୍ୟେକ ପଞ୍ଚାୟତକୁ ଯିବୁ। ପ୍ରତ୍ୟେକ ଅଞ୍ଚଳକୁ ଯିବୁ। ଦଳର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବୁ ଏବଂ ଦୁର୍ନୀତିମୁକ୍ତ ତଥା ବିକାଶ ଭିତ୍ତିକ ସରକାର ଆଣିବୁ।

Share