Categories: ଜାତୀୟ

କଂଗ୍ରେସ କୃଷକଙ୍କୁ ଭୁଲ ରାସ୍ତା ଦେଖାଉଛି: ନଡ୍ଡା

ନୂଆଦିଲ୍ଲୀ,୨୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଲାଗି ରହିଛି । ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସୋନିଆ ଗାନ୍ଧୀଙ୍କର ଏକ ପୁରୁଣା ଭିଡିଓ ଟୁଇଟ୍ କରିଛନ୍ତି । ଏହାସହ ନଡ୍ଡା ଲେଖିଛନ୍ତି କି ଏହି ଭିଡିଓରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ କି କଂଗ୍ରେସ କୃଷକଙ୍କୁ ଭୁଲ ରାସ୍ତା ଦେଖାଉଛି । ଆହୁରି ମଧ୍ୟ ସେ ଲେଖିଛନ୍ତି କୃଷକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ଏଥିରେ ସ୍ପଷ୍ଟ ହୋଇଛି । ପ୍ରଥମେ କୃଷକଙ୍କୁ ନେଇ କଂଗ୍ରେସ ଯାହା କହୁଥିଲା ଏବେ ପୁଣି ସେଥିରେ ପରିବର୍ତ୍ତନ ଦେଖା ଦେଲାଣି । ଉକ୍ତ ଭିଡିଓରେ ସୋନିଆ କହୁଛନ୍ତି କୃଷକଙ୍କ ଫସଲକୁ କମ୍ ଦାମରେ କିଣି ସହରରେ ଅଧିକ ଦାମରେ ବିକ୍ରି କରାଯାଉଛି । ଏହା କ’ଣ କୃଷକଙ୍କ ଅଧିକାର ନୁହେଁ କି । ଯେ ସେମାନଙ୍କ ଫସଲର ଉଚିତ ମୂଲ୍ୟ ସେମାନଙ୍କୁ ମିଳୁ ବୋଲି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ୨୬ ଦିନ ହେବ ରାଜଧାନୀ ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର କୃଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ କରାଯାଇ ପାରି ନାହିଁ ।

Share