ନୂଆଦିଲ୍ଲୀ,୧୧।୧: ଏବେ ଦେଶରେ କରୋନା ମାମଲା ବଢି ବଢି ଚାଲିଛି। କରୋନା ଦ୍ୱାରା ଅନେକ ନେତା ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ଏବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଟୁଇଟ୍ କରି ଏ ନେଇ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ଲକ୍ଷଣ ଦେଖା ଦେବା ପରେ ମୁଁ ନିଜର କୋଭିଡ ଟେଷ୍ଟ କରାଇଥିଲି। ମୋର ରିପୋର୍ଟ ପଜିଟିଭ ଆସିଛି। ଏବେ ମୁଁ ସୁସ୍ଥ ଅନୁଭବ କରୁଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ନିଜକୁ ଆଇସୋଲେସନ କରିନେଇଛି। ଗତ କିଛି ଦିନ ଧରି ମୋ ସଂସ୍ପର୍ଶରେ ଥିବା ଲୋକମାନେ ନିଜର କୋଭିଡ ଟେଷ୍ଟ କରାଇ ନିଅନ୍ତୁ ବୋଲି ଟୁଇଟ୍ ଅନୁରୋଧ କରିଛନ୍ତି।