ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି, ତେଣୁ ସତର୍କ ହୋଇଯାନ୍ତୁ। ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ୱ ପାଇଁ କ’ଣ କେହି ନେତା ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ବାହାର ଲୋକଙ୍କୁ ଆଣିବାକୁ ଚେଷ୍ଟା ଚାଲିଛି। ଏଥିପ୍ରତି ଓଡ଼ିଶାବାସୀ ସଚେତନ ହେବା ଜରୁରୀ। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି, ବାବୁରାଜ ଚାଲିଛି ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ ବୋଲି ସେ କହିଛନ୍ତି।
ଜୟ ଜଗନ୍ନାଥ କହି ଭାଜପା ଆରମ୍ଭ କରି ନଡ୍ଡା କହିଛନ୍ତି, ଓଡ଼ିଶାକୁ ଆଗକୁ ନେବାକୁ ନିର୍ବାଚନ ଇଏ। ମୋଦିଙ୍କ ବିକାଶକୁ ପହଞ୍ଚାଇବାକୁ ହେଲେ ଓଡ଼ିଶାରେ ଭାଜପା ସରକାର ଗଠନ ହେବା ଜରୁରୀ। ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମାଗଣା ରାଶନ ମିଳିଛି। ଗତ ୫ ବର୍ଷରେ ୪ କୋଟି ପକ୍କା ଘର ବଣ୍ଟନ କରାଯାଇଛି। ୧୦ କୋଟି ୭୪ ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ସୁବିଧା ମିଳୁଛି। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରୁ ଏଠାରେ ଓଡ଼ିଶାର ଲୋକଙ୍କୁ ବଞ୍ଚିତ କରିଛନ୍ତି ଏ ସରକାର। ଏଭଳି ସରକାର ରହିବା ଅପେକ୍ଷା ବଦଳିବା ଦରକାର। ବିପକ୍ଷ ଥିବା ସତ୍ତ୍ୱେ ଓଡ଼ିଶାକୁ କେନ୍ଦ୍ରରୁ ସର୍ବାଧିକ ଅନୁଦାନ ମିଳିଛି। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ୫୫୦ କୋଟି ଟଙ୍କାରେ ୨୫ ରେଳ ଷ୍ଟେଶନ କାମ ଚାଲିଛି।

Share