Posted inଜାତୀୟ

ନାଗାଲାଣ୍ଡ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିବେ ନଡ୍ଡା

ନୂଆଦିଲ୍ଲୀ,୧୪।୨: ଆସନ୍ତା ଫେବୃୟାରୀ ୨୭ରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସବୁ ଦଳଙ୍କ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଙ୍ଗଳବାର ଦୁଇ ଦିନିଆ ନାଗାଲାଣ୍ଡ ଏବଂ ମେଘାଳୟ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଜେ.ପି ନଡ୍ଡା ଅପରାହ୍ନରେ ନିର୍ବାଚନ ରାଲି କରିବା ସହ ଘୋଷଣାପତ୍ର ପ୍ରକାଶ କରିବେ। ଏଥିସହ ସମାବେଶକୁ ସମ୍ବୋଧିତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଦଳର ଗଣମାଧ୍ୟମ ମୁଖ୍ୟ ଅନୀଲ ବାଲୁନି କହିଛନ୍ତି। ଏହି ରାଲିରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ, ଉପମୁଖ୍ୟମନ୍ତ୍ରୀ ୟାନଥୁଙ୍ଗୋ ପାଟନ ଏବଂ ରାଜ୍ୟ ଭାଜପା ସଭାପତି ତେମଜେନ ଇମନା ଅଲାଙ୍ଗା ମଧ୍ୟ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀରାନଦୀରେ ହେବ ଆନ୍ତଃନଦୀ ଜଳାଶୟ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍‌ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ...

ଜିଲାସ୍ତରୀୟ ସ୍କାଉଟ୍ସ-ଗାଇଡସ କ୍ୟାମ୍ପୋରି ଉଦଘାଟିତ: ୧୨ଟି ବ୍ଲକର ୫୨୧ ଛାତ୍ରୀଛାତ୍ରଙ୍କ ଯୋଗଦାନ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାସ୍ତରୀୟ ସ୍କାଉଟ୍ସ ଏବଂ ଗାଇଡସ କ୍ୟାମ୍ପୋରିରି ସୋମବାର ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲା...

ଜନ ଅଭିଯୋଗ ଶୁଣାଣି ଶିବିର: ୫୯ ଅଭିଯୋଗ ପଞ୍ଜୀକୃତ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ...

ସି.ଏମ୍‌ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟନୀ ମ୍ୟାଚରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବିଜୟୀ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର...

ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ରାୟ ସରକାରଙ୍କ ପ୍ରଦତ୍ତ ଅନୁଦାନରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଆଧ୍ୟାତ୍ମିକ...

ମାନବାଧିକାର, କଏଦୀଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ କାର୍ଯ୍ୟ କରିବ ‘ଜେଲ୍ ପଞ୍ଚାୟତ’

ଭୁବନେଶ୍ୱର, ୭।୪: ‘ଜେଲ୍ ପଞ୍ଚାୟତ’ର ନବନିର୍ବାଚିତ ପ୍ରତିନିଧିମାନେ କଏଦୀଙ୍କ ସୁରକ୍ଷା ସହିତ ମାନବାଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରିବେ। କିଛି ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ସଂଶୋଧନ...

ବାରାଣସୀରେ ୨୨ ଦିନ ଧରି ଅପହରଣ, ଗଣବଳାତ୍କାର, ୧୯ ବର୍ଷୀୟା ଯୁବତୀଙ୍କ ଦାବି

ନୂଆଦିଲ୍ଲୀ, ୭।୪: ଉତ୍ତର ପ୍ରଦେଶର ବାରାଣସୀରେ ଜଣେ ୧୯ ବର୍ଷୀୟା ମହିଳାଙ୍କୁ ୨୨ ଜଣ ଅପହରଣ କରି ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀଙ୍କ ମଧ୍ୟରୁ ଛଅ...

ଭକ୍ତମୟ ହେଉଛି ଚନ୍ଦନେଶ୍ୱର ଶୈବପୀଠ, ସମୀକ୍ଷାକଲେ ବିଧାୟକ

ଭୋଗରାଇ, ୭ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳା ମାର୍ଚ୍ଚ ୩୧ରୁ ଧ୍ୱଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image