Categories: ଜାତୀୟ

ମିଜୋରାମରେ ଖାତା ଖୋଲିଲା ଭାଜପା…

ଆଇଜଲ,୪।୧୨ : ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣନା ସୋମବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରାରେ ଏମଏନଏଫ ଅଗ୍ରଣୀ ହୋଇଛି। ମିଜୋରାମର ୪୦ ି ବିଧାନସଭା ଆସନରେ ମିଜୋ ନ୍ୟାଶନାଲ ଫ୍ରଣ୍ଟ, ଜୋରାମ ପିପୁଲ୍ସ ମୁଭମେଣ୍ଟ, କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ବର୍ତ୍ତମାନ ସମୟରେ ଜୋରାମ ପିପୁଲ୍ସ ମୁଭମେଣ୍ଟ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏହା ସହିତ ଭାଜପା ରାଜ୍ୟରେ ଖାତା ଖୋଲିଛି। ଭାଜପା ପ୍ରାର୍ଥୀ ଆଗୁଆ ରହିଛନ୍ତି।

ମିଜୋ ନ୍ୟାଶନାଲ ଫ୍ରଣ୍ଟ ୯ ଆସନରେ ଆଗୁଆ ଥିବାବେଳେ ଜୋରାମ ପିପୁଲ୍ସ ମୁଭମେଣ୍ଟ ୨୨ ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ ୬ ଏବଂ ଭାଜପା ୨ ଆସନରେ ଆଗୁଆ ରହିଛି।

Share