ଓ୍ବକ୍‌ଫ ବିଲ୍‌ରେ ୧୪ ସଂଶୋଧନକୁ ଜେପିସିର ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୧(ପି.ଟି.): ପ୍ରସ୍ତାବିତ ଓ୍ବକ୍‌ଫ ସଂଶୋଧନ ବିଲ୍‌ର ସଂଶୋଧନକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ସୋମବାର ମଞ୍ଜୁରୀ ପ୍ରଦାନ କରିଛି। ଗତବର୍ଷ ଅଗଷ୍ଟରେ ଏହି ବିଲ୍‌ ପାର୍ଲାଣ୍ଟେରେ ଆଗତ ହୋଇଥିଲା। କମିଟି ଦ୍ୱାରା ପ୍ରସ୍ତାବିତ ଅନ୍ୟତମ ଉଲ୍ଲେଖନୀୟ ସଂଶୋଧନ ହେଲା ଯଦି ସମ୍ପତ୍ତି ଧର୍ମୀୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥାଏ, ତେବେ ବର୍ତ୍ତମାନର ଓ୍ବକ୍‌ଫ ସମ୍ପତ୍ତିକୁ ‘ବ୍ୟବହାରକାରୀଙ୍କ ଦ୍ୱାରା ଓ୍ବକ୍‌ଫ୍‌’ ଆଧାରରେ ପ୍ରଶ୍ନ କରାଯାଇପାରିବ ନାହିଁ। ବର୍ତ୍ତମାନର ଆଇନରେ ରହିଥିବା ‘ଓ୍ବକ୍‌ଫ ବାଏ ୟୁଜର’କୁ ନୂଆ ସଂସ୍କରଣରେ ଉଠାଇ ଦିଆଯିବ। ଏନ୍‌ଡିଏ ସଦସ୍ୟମାନେ ଆଣିଥିବା ୧୪ଟି ସଂଶୋଧନ ପ୍ରସ୍ତାବ ଗୃହୀତ ହୋଇଥିବା ଜେପିସି କମିଟି ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ଜଗଦମ୍ବିକା ପାଲ୍‌ କହିଛନ୍ତି। ବିରୋଧୀ ସଦସ୍ୟମାନେ ୪୪ଟି କ୍ଲଜ୍‌ରେ ଶତାଧିକ ସଂଶୋଧନ ପ୍ରସ୍ତାବ ଆଣିଥିଲେ ହେଁ ସେଗୁଡ଼ିକ ଭୋଟରେ କାଟ୍‌ ଖାଇଥିଲା। ବିରୋଧୀ ଏମ୍‌ପିମାନେ ବର୍ତ୍ତମାନର ଆଇନରେ ରହିଥିବା ବ୍ୟବସ୍ଥାଗୁଡ଼ିକୁ କାଏମ ରଖିବାକୁ ଚାହୁଁଥିଲେ।
ପାଲ୍‌ଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ଜେପିସି ବୈଠକରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। କମିଟି ଅଧ୍ୟକ୍ଷ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିଥିବା ସେମାନେ ଅଭିଯୋଗ କରିଥିଲେ। କମିଟିର କାର୍ଯ୍ୟଧାରା ପରିହାସରେ ପରିଣତ ହୋଇଥିବା ଡିଏମ୍‌କେ ଏମ୍‌.ପି. ଏ ରାଜା ଅଭିଯୋଗ କରିବା ସହ ନୂଆ ଆଇନ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଅଭିଯୋଗକୁ ପାଲ୍‌ ଖଣ୍ଡନ କରିବା ସହ ଗଣତାନ୍ତ୍ରିକ ଉପାୟରେ କମିଟି ସମସ୍ତ ସଂଶୋଧନକୁ ବିଚାରକୁ ନେଇଥିବା କହିଛନ୍ତି। ସଂଖ୍ୟାଗରିଷ୍ଠଙ୍କ ମତ କାଏମ ରହିଛି। ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଥିବାବେଳେ ପ୍ରଥମାର୍ଦ୍ଧରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଏହାକୁ ଗୃହୀତ କରାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image