ଫେବୃୟାରୀରେ ୩୦ତମ ଫିଲ୍ମର ଶୁଟିଂ ଆରମ୍ଭ କରିବେ ଜୁନିୟର ଏନଟିଆର

ମୁମ୍ବାଇ: ଏବେ ଦର୍ଶକଙ୍କ ହୃଦୟରେ ଛାଇ ଯାଇଛନ୍ତି ସାଉଥ ଷ୍ଟାର ଜୁନିୟର ଏନଟିଆର । ମୁଭି ‘ଆରଆରଆର’ର ସଫଳତା ପରେ ଦର୍ଶକେ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ରଖୁଛନ୍ତି । ଏବେ ମିଳିଥିବା ସୂଚନା ଅନୁଯାୟୀ, ଜୁନିୟର ଏନଟିଆର ଆସନ୍ତା ଫେବୃୟାରୀରେ ତାଙ୍କର ୩୦ ତମ ଫିଲ୍ମର ଶୁଟିଂ ଆରମ୍ଭ କରବାକୁ ଯାଉଛନ୍ତି । ଏହା ଏକ ରିଭେଞ୍ଜ ଡ୍ରାମା ଫିଲ୍ମ ।
ଫିଲ୍ମର କାହାଣୀ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାର ରହସ୍ୟମୟ ଟ୍ୟାଗ ଲାଇନ ରହିଛି, ‘ ହ୍ୱେନ କରେଜ ଟର୍ନସ ଇନଟୁ ଏ ଡିଜିଜ… ଫିୟର ଇଜ ଦ ଓନଲି କିଓର ।’
କରୋଟାଲା ଶିବା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳୁଥିବା ବେଳେ ଏହା ପୂର୍ବରୁ ସେ ‘ଆଚାର୍ଯ୍ୟ’ର ନିଦ୍ଦେଶନା ଦେଇସାରିଛନ୍ତି । ଯେଉଁଥିରେ ମେଗାଷ୍ଟାର ଚିରଞ୍ଜିବ ଓ ତାଙ୍କ ପୁଅ ରାମ ଚରଣଙ୍କୁ ଦେଖିବାକୁ ମିଳିଥିଲା ।
ଏହାର ପ୍ରଯୋଜନା ଭାର ନେଇଛନ୍ତି ହରି କ୍ରିଷ୍ଣ କେ ଓ ସୁଧାକର ମିକିଲିନେନି । ଏହା ଏନଟିଆର ଆର୍ଟସ(ବିମବିସାରା) ଓ ଯୁବାସୁଧା ଆର୍ଟସ ବ୍ୟାନରରେ ନିର୍ମାଣ କରାଯାଉଛି । ଅନିରୁଦ୍ଧ ରବିଚନ୍ଦର(ବିକ୍ରମ) ମ୍ୟୁଜିକ କମ୍ପୋଜ କରିଥିବା ବେଳେ ସିନେମାଟୋଗ୍ରାଫିରେ ରହିଛନ୍ତି ଆର. ରତ୍ନାଭେଲୁ । ଫିଲ୍ମଟି ୫ ଏପ୍ରିଲ ୨୦୨୪ରେ ରିଲିଜ ହେବାର ଯୋଜନା ରହିଛି । ଏହା ତେଲୁଗୁ ଭାଷାରେ ନିର୍ମାଣ କରାଯାଉଥିବା ବେଳେ ପରେ ଏହା ମେଜର ଇଣ୍ଡିଆନ ଲାଙ୍ଗୁଏଜରେ ଡବିଂ କରାଯିବ ବୋଲି କୁହାଯାଉଛି ।
ଜୁନିୟର ଏନଟିଆରଙ୍କ ଇଚ୍ଛା ରହିଛି ଫିଲ୍ମମେକର ପ୍ରଶାନ୍ତ ନିଲଙ୍କ ସହ କାମ କରିବାକୁ । ଯେ କି ବ୍ଲକବୁଷ୍ଟର ମୁଭି କେଜିଏଫ ଚାପ୍ଟର ୧(୨୦୧୮) ଓ କେଜିଏଫ ଚାପ୍ଟର ୨(୨୦୨୨)ର ନିର୍ମାଣ କରିଛନ୍ତି ।

Share