ହନୁମାନ ଦିକ୍ଷା ନେଲେ ଜୁନିୟର ଏନ୍‌ଟିଆର୍‌

ଚେନ୍ନାଇ: ସାଉଥ୍ ଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର୍ ଏବେ ଖୁବ୍ ଚର୍ଚ୍ଚାରେ । ଏମାନଙ୍କ ଅଭିନୀତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ କମାଲ କରିଥିବା ବେଳେ ଜବରଦସ୍ତ ବ୍ୟବସାୟ କଲା । ଫିଲ୍ମର ସଫଳତାକୁ ନେଇ ଏମାନେ ଖୁବ୍ ଖୁସି ଅଛନ୍ତି । ଫିଲ୍ମ ଏବେ ଦେଶ ବାହାରେ ବି କମାଲ କରୁଛି । କିଛିଦିନ ହେବ ଫିଲ୍ମ ରିଲିଜ୍ ହୋଇଥିଲେ ବି ଏହାର ବ୍ୟବସାୟ ଏବେବି ଜାରି ରହିଛି । ଇତିମଧ୍ୟରେ ଫିଲ୍ମର ଲିଡ ରୋଲରେ ଥିବା ଅଭିନେତା ଜୁନିୟର ଏନ୍‌ଟିଆର୍ ଚମକାଇବା ଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଶୁଣିଲେ ଯେ କେହି ଚମକି ପଡୁଛନ୍ତି । କୁହାଯାଉଛି କି ଜୁନିୟର ଏନ୍‌ଟିଆର୍ ହନୁମାନ ଦିକ୍ଷା ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ, ଜୁନିୟର ଏନଟିଆରଙ୍କ ଲିଡ ରୋଲ ବାଲା ଫିଲ୍ମ ‘ଆର୍‌ଆର୍‌ଆର୍‌’ ଖୁବ ଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହୋଇଗଲା । ଫିଲ୍ମକୁ ସାଉଥ୍‌ସହ ହିନ୍ଦୀ ବେଲ୍ଟରେ ବି ଦର୍ଶକଙ୍କର ଭଲ ରେସପନ୍ସ ମିଳିଲା । ଫିଲ୍ମର ସଫଳତାକୁ ଦେଖି ଜୁନିୟର ଏନ୍‌ଟିଆର୍ ହନୁମାନ ଦିକ୍ଷା ନେଇଗଲେ । ଏବେ ସେ ୨୧ ଦିନ ପର୍ଯ୍ୟନ୍ତ ଖାଲି ପାଦରେ ରହିବେ । ହନୁମାନ ଦିକ୍ଷା ନେବା ପରେ ଜୁନିୟର ଏନ୍‌ଟିଆର୍‌ଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଗେରୁଆ ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧିବା ସହ ଗଳାରେ ମାଳା ଓ ମଥାରେ ତିଲକ ଲଗାଇ କାନ୍ଧରେ ଗାମୁଛା ପକାଇଥିବା ଦେଖାଯାଇଛି । ଫଟୋ ସୋସିଆଲ ମିଡିଆରେ ଖୁବ୍ ଭଇରାଲ ହେଉଛି । ମିଳିଥିବା ସୂଚନା ଅନୁଯାୟୀ, ହନୁମାନ ଜୟନ୍ତି ଅବସରରେ ଜୁନିୟର ଏନଟିଆର୍ ହନୁମାନ ଦିକ୍ଷା ନେବା ସହ ସେ ଏବେ ୨୧ ଦିନ ଖାଲି ପାଦରେ ରହିବେ ଓ ସାତ୍ତ୍ୱିକ ଭୋଜନ କରିବେ ।

Share