ଜେଏସ୍‌ଏଲ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩୧।୭: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ନିକଟରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ପ୍ରଥମ ତ୍ରୈମାସରେ ମୋଟ ୫,୭୮,୧୪୩ ଟନ୍‌ ବିକ୍ରି ରେକର୍ଡ କରିଛି, ଯାହା ଚଳିତ ଆର୍ଥତ୍କ ବର୍ଷର ୪ର୍ଥ ତ୍ରୈମାସ ତୁଳନାରେ ୧.୪% ଅଧିକ ବୋଲି କୁହାଯାଉଛି।
ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀର ଏକକ ମୋଟ ରାଜସ୍ବ ତ୍ରୈମାସିକ ଭିତ୍ତିରେ ୦.୭% ବୃଦ୍ଧି ପାଇ ୯,୫୮୫ କୋଟି ଟଙ୍କା ରେକର୍ଡ କରାଯାଇଛି। ଏପରିକି ଏକକ ଏବିଆଇଟିଡିଏ ଓ ଟିକସ ପରବର୍ତ୍ତୀ ଲାଭ ଯଥାକ୍ରମେ ୧୦୦୪ କୋଟି ଟଙ୍କା ଓ ୫୭୮ କୋଟି ଟଙ୍କା ରହିଛି। ଉଭୟ ପକ୍ଷରେ ପ୍ରାୟ ୨୧% ବୃଦ୍ଧି ତ୍ରୈମାସିକ ଭିତ୍ତିରେ ହୋଇଛି। କମ୍ପାନୀ ୩,୨୯୬କୋଟି ଟଙ୍କାର ମୋଟ ଋଣ ଏବଂ ମୋଟ ଋଣ-ଇକ୍ୱିଟି ଅନୁପାତ ପ୍ରାୟ ୦.୨୩ ସହ ଏକ ସୁଦୃଢ଼ ବାଲାନ୍ସ ସିଟ୍‌ ବଜାୟ ରଖିଛି। ଏକୀକୃତ ଏବିଆଇଟିଡିଏ ୯,୪୩୦ କୋଟି ଟଙ୍କା ଥିବାବେଳେ ଟିକସ ପରବର୍ତ୍ତୀ ଲାଭ ୬୪୬ କୋଟି ଟଙ୍କା ରେକର୍ଡ କରାଯାଇଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଫେରୋ ନିକେଲ ଉପରେ ସୀମା ଶୁଳ୍କ ହଟାଇଥିବାରୁ ଆମେ ସମଗ୍ର ଶିଳ୍ପଜଗତ ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। କାରଣ ଏହା ଘରୋଇ ଶିଳ୍ପର ପ୍ରତିଦ୍ୱନ୍ଦ୍ୱିତାରେ ବେଶ୍‌ ସହାୟକ ହେବ। ଏପରିକି ପ୍ରଥମ ତ୍ରୈମାସରେ ଆମର ସାମ୍ପ୍ରତିକ ସମ୍ପ୍ରସାରଣ ଯୋଜନାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଉପରେ କମ୍ପାନୀର ବିଶେଷ ଧ୍ୟାନ ରହିଥିଲା। କ୍ରୋମେନି ଅଧିଗ୍ରହଣ ମାଧ୍ୟମରେ ଆମ ଉତ୍ପାଦ ବର୍ଗର କୋଲ୍ଡ ରୋଲ୍ଡ କ୍ଷମତା ଯୋଡ଼ିବା,ମାନକୀକରଣ କ୍ଷେତ୍ରରେ ସରକାରଙ୍କ ପ୍ରଗତିଶୀଳ ପଦକ୍ଷେପ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆମର ଯୋଜନାବଦ୍ଧ କୋ-ବ୍ରାଣ୍ଡିଂ ସ୍କିମ୍‌ ଆମ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି। ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ନିମ୍ନ ବ୍ୟବହାର ଅବଧି ଖର୍ଚ୍ଚ ଏବଂ ହାଲୁକା ଓଜନ ଗୁଣ ସମ୍ପର୍କରେ ବଢୁଥିବା ସଚେତନତାକୁ ଦୃଷ୍ଟିରେ ରଖି ଆମେ ସାରା ଆର୍ଥତ୍କ ବର୍ଷରେ କମ୍ପାନୀର ଅଭିବୃଦ୍ଧି ସମ୍ଭାବନାକୁ ନେଇ ନିଶ୍ଚିତ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri