Categories: ବାଣିଜ୍ୟ

ସ୍ବଚ୍ଛ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର ,୩୦।୧୨: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ସଷ୍ଟେନେବିଲିଟି ରିପୋର୍ଟ ନିକଟରେ ଉନ୍ମୋଚିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ନୂତନ ଭାବେ ପ୍ରକାଶିତ ସଷ୍ଟେନେବିଲିଟି ରିପୋର୍ଟ ଅନୁଯାୟୀ ଉଇଣ୍ଡ-ସୋଲାର ହାଇବ୍ରିଡ୍‌, ଭାସମାନ ଏବଂ ଛାତ ଉପର ସୌର ପ୍ଲାଣ୍ଟ ମାଧ୍ୟମରେ କମ୍ପାନୀ ବାର୍ଷିକ ୧.୯ ବିଲିୟନ ୟୁନିଟ୍‌ରୁ ଅଧିକ ସ୍ବଚ୍ଛ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବ। କମ୍ପାନୀର ଉକ୍ତ ପଦକ୍ଷେପଗୁଡ଼ିକ ମାଧ୍ୟମରେ ବାର୍ଷିକ ୧୩.୫୨ ଲକ୍ଷ ଟନରୁ ଅଧିକ କାର୍ବନ ନିର୍ଗମନ ହ୍ରାସ କରାଯାଇପାରିବ। ୧୦୦ ମେଗାୱାଟ ରାଉଣ୍ଡ ଦି କ୍ଲକ୍‌ (ଆର୍‌ଟିସି) ଅକ୍ଷୟ ଶକ୍ତି ଯୋଗାଇବା ପାଇଁ କମ୍ପାନୀ ପୂର୍ବରୁ ରିନ୍ୟୁ ପାୱାର ସହିତ ସହଭାଗିତା କରିଛି। କମ୍ପାନୀର ଯାଜପୁର ଏବଂ ହିସାରଠାରେ ଥିବା ଉତ୍ପାଦନ ୟୁନିଟ୍‌ଗୁଡିକରେ ପୃଥକ ଭାବେ ୧୦୦ ମେଗାୱାଟ ଆରଟିସି ଅକ୍ଷୟ ଶକ୍ତି ପ୍ରକଳ୍ପ ଗଠନ ପାଇଁ ମଧ୍ୟ ଆଲୋଚନା ଚାଲିଛି। ଉକ୍ତ ପ୍ରୟାସ ମାଧ୍ୟମରେ ଉଭୟ ୟୁନିଟ୍‌ ପାଇଁ ୩୦୦ମେଗାୱାଟ ଆରଇ-ଆରଟିସି ମିଳିତ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରହିଛି। ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଏହି ରିପୋର୍ଟ ପରିବେଶ ତଥା ସାମାଜିକ ଦାୟିତ୍ୱରେ ଉତ୍କର୍ଷ ପାଇଁ ଆମର ନିରନ୍ତର ପ୍ରଚେଷ୍ଟାକୁ ପ୍ରମାଣିତ କରୁଛି। ଜିନ୍ଦଲ ଷ୍ଟେନ୍‌ଲେସ୍‌ର ମୁଖ୍ୟ ସଷ୍ଟେନେବିଲିଟି ଅଫିସର କଲ୍ୟାଣ ଭଟ୍ଟାଚାର୍ଜୀ କହିଛନ୍ତି, ପରିବେଶ, ସାମାଜିକ ଏବଂ ଶାସନ ପରିଚାଳନା ତଥ୍ୟର ଅଟୋମେସନ ଦ୍ୱାରା ତଥ୍ୟ ପରିଚାଳନା ତଥା ମନିଟରିଂକୁ ସଶକ୍ତ କରିବା ପାଇଁ ଆମେ ଡିଜିଟାଲ ପରିବର୍ତ୍ତନ ଯାତ୍ରାରେ ଆଗେଇ ଚାଲିଛୁ।

Share