Categories: ବାଣିଜ୍ୟ

ଟିବିଡବ୍ଲ୍ୟୁଇଏସ୍‌କୁ ପ୍ଲେଟ୍‌ ଯୋଗାଇବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଗୁଣାତ୍ମକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପ୍ଲେଟ୍‌ର ଚାହିଦା ଉଭୟ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ରହିଛି। ଏପରିକି ଅଗ୍ରଣୀ ବଏଲର ଉତ୍ପାଦକ ଥର୍ମାକ୍ସ ବାବ୍‌କକ ଆଣ୍ଡ ୱିଲକକ୍ସ ଏନର୍ଜି ସଲ୍ୟୁସନ୍‌ (ଟିବିଡବ୍ଲ୍ୟୁଇଏସ୍‌) ଲିମିଟେଡ୍‌କୁ ଜେଏସ୍‌ଏଲ୍‌ ଆବଶ୍ୟକ ପରିମାଣର ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପ୍ଲେଟ୍‌ ଯୋଗାଇବ ବୋଲି ଉଭୟ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇଛି। ବିଶେଷକରି ଜେଏସ୍‌ଏଲ୍‌ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ଲେଟ୍‌ଗୁଡିକ ୟୁରୋପର ଏକ ପ୍ରତିଷ୍ଠିତ ପ୍ରକଳ୍ପ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା।

ଏପରିକି ଥର୍ମାକ୍ସ ଲିମିଟେଡ୍‌ର ସମ୍ପୂର୍ଣ୍ଣ ମାଲିକାନା ଥିବା ଟିବିଡବ୍ଲ୍ୟୁଇଏସ୍‌ ଜିନ୍ଦଲ ଷ୍ଟେନ୍‌ଲେସ୍‌ ପାଇଁ ଦେଇଥିବା ପ୍ରଶଂସାପତ୍ର ଅନୁଯାୟୀ ୟୁରୋପର ଏକ ପ୍ରତିଷ୍ଠିତ ପ୍ରକଳ୍ପ ପାଇଁ ଉକ୍ତ ପ୍ଲେଟ୍‌ଗୁଡିକ ବ୍ୟବହାର କରାଯାଇଥିଲା। ଏ ସମ୍ପର୍କରେ ଟିବିଡବ୍ଲ୍ୟୁଇଏସ୍‌ର ହେଡ୍‌ ପ୍ରୋକ୍ୟୁରିମେଣ୍ଟ ଏସ୍‌.କେ.ରାଇଚୁର କହିଛନ୍ତି, ଆମଦାନୀ ବିକଳ୍ପ ଭାବେ କାର୍ଯ୍ୟ କରିଥିବା ତଥା ଶ୍ରେଷ୍ଠ ଶ୍ରେଣୀର ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପ୍ଲେଟ୍‌ ଯୋଗାଇ ଦେଇଥିବାରୁ ଆମେ ଜିନ୍ଦଲ ଷ୍ଟେନ୍‌ଲେସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛୁ।

ସେହିଭଳି ହିସାରର ବରିଷ୍ଠ ଉପସଭାପତି ତଥା ୟୁନିଟ୍‌ ହେଡ୍‌ ବିଜୟ କୁମାର ବିନ୍ଦଲିଶ କହିଛନ୍ତି, ଜିନ୍ଦଲ ଷ୍ଟେନ୍‌ଲେସ୍‌ ବିଶ୍ୱରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ସେମାନଙ୍କର ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସମାଧାନର କ୍ଷମତା ପାଇଁ ଗର୍ବିତ ଥିଲାବେଳେ କମ୍ପାନୀ ଭାରତରେ ଘରୋଇ ଷ୍ଟେନ୍‌ଲେସ ଷ୍ଟିଲ୍‌ର ବ୍ୟବହାର ବୃଦ୍ଧି କରିବା ସହିତ ଆମଦାନୀକୁ କମ୍‌ କରିବା ପାଇଁ ଏକ ଦୂରଦୃଷ୍ଟି ସହିତ ପ୍ରତିଷ୍ଠିତ ହୋଇଥିଲା। ଏପରିକି ବିଗତ ୫ଦଶନ୍ଧି ମଧ୍ୟରେ ୧୦୦% ଆମଦାନୀ ନିର୍ଭରଶୀଳତା ଥିବା ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଦେଖିଛୁ।

 

Share