Categories: ବାଣିଜ୍ୟ

ଜେଏସ୍‌ଏଲ୍‌ର ଏମ୍ପ୍ଲଇ ଆସିଷ୍ଟାନ୍ସ ପ୍ରୋଗ୍ରାମ

ନୂଆଦିଲ୍ଲୀ,୧୨।୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପରିସରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏପରିକି କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟ ସମେତ ଜେଏସ୍‌ଏଲ୍‌ର ବିଭିନ୍ନ ୟୁନିଟ୍‌ରେ ମଧ୍ୟ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲାବେଳେ କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ୱଦେବା ସହ ସୁସ୍ଥ କାର୍ଯ୍ୟ ଅନୁକୂଳ ପରିବେଶକୁ ଦୃଷ୍ଟିରେ ରଖି ପୱାସନା ଗୋଷ୍ଠୀର ମିଳିତ ସହଯୋଗରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପପି ମିଟ୍‌ ଆଣ୍ଡ ଗ୍ରୀଟ୍‌ର ଆୟୋଜନ କରାଯାଇଥିଲା। ସେହିଭଳି କମ୍ପାନୀର ଓଡ଼ିଶା ୟୁନିଟ୍‌ (ଯାଜପୁର ପ୍ଲାଣ୍ଟ)ରେ ଏକ ଷ୍ଟାଣ୍ଡ ଅପ୍‌ କମେଡି ଶୋ ଅନୁଷ୍ଠିତ ହୋଇଥିଲାବେଳେ ହରିୟାଣର ହିସାରଠାରେ କର୍ମଚାରୀଙ୍କ କାର୍ଯ୍ୟକ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କମ୍ପାନୀ ପକ୍ଷରୁ ଏମ୍ପ୍ଲଇ ଆସିଷ୍ଟାନ୍ସ ପ୍ରୋଗ୍ରାମ (ଇଏପି)୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଇଏପି ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ସ୍ତରରେ କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା ସହ ବହୁ ଆହ୍ବାନର ସଫଳ ମୁକାବିଲା କରିବା ଲାଗି ସହାୟକ ହେବ। ଏ ସମ୍ପର୍କରେ କମ୍ପାନୀର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସୁଶୀଲ ବାଭେଜା କହିଛନ୍ତି, ଜିନ୍ଦଲ ଷ୍ଟେନ୍‌ଲେସ୍‌ ତା’ର କର୍ମଚାରୀମାନଙ୍କ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେବା ତଥା କାର୍ଯ୍ୟକ୍ଷେତ୍ରରେ ସେଥିରେ ଅଧିକ ଉନ୍ନତି ଆଣିବା ପାଇଁ ସଦା ପ୍ରତିବଦ୍ଧ ରହିଛି। ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେବା ଦ୍ୱାରା କର୍ମଚାରୀମାନେ କିଛି ଅବସର ସମୟ ଅନ୍ୟ ସହଯୋଗୀଙ୍କ ସହ ବିତାଇପାରିବେ। ଏଥିସହ ପରସ୍ପରକୁ ଜାଣିବାର ଅଧିକ ସୁଯୋଗ ପାଇବେ। ସମସ୍ତଙ୍କୁ ଏକାଠି ରହିବାକୁ କହିଥିବାବେଳେ ଏଇ ଅବସରରେ ଅନ୍ୟମାନଙ୍କର ସମର୍ଥନ ଓ ଉତ୍ସାହର ଉତ୍ସ ସାଜିଥିବା କର୍ମଚାରୀଙ୍କୁ ସିଏ କୃତଜ୍ଞତା ଜଣାଇଛନ୍ତି।

Share