Categories: ବାଣିଜ୍ୟ

ଜେଏସ୍‌ଏଲ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୮।୭:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜେଏସ୍‌ଏଲ୍‌ର ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ବିଶେଷ କରି ମାକ୍ରୋ-ଅର୍ଥନୈତିକ କାରଣଗୁଡିକ ଦ୍ୱାରା ବିକ୍ରୟ ଏବଂ ବଜାରର ଅସ୍ଥିରତା ସତ୍ତ୍ୱେ କମ୍ପାନୀର ସ୍ବତନ୍ତ୍ର ବିକ୍ରୟ ପରିମାଣ ୫୪୮,୬୧୩ ମେଟ୍ରିକ୍‌ ଟନ୍‌ରେ ପହଞ୍ଚତ୍ଛି, ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୫୪% ଅଭିବୃଦ୍ଧି ହୋଇଛି। ଏପରିକି ପ୍ରଥମ ତ୍ରୈମାସିକରେ କମ୍ପାନୀର ନେଟ୍‌ ରାଜସ୍ବ ୧୦,୦୨୭ କୋଟି ଟଙ୍କା ହୋଇଛି, ଯାହାକି ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଏହା ୨୫% ବୃଦ୍ଧି ପାଇଛି। ସେହିପରି କମ୍ପାନୀର ଇବିଆଇଟିଡିଏ ୧,୧୧୮ କୋଟି ଟଙ୍କାରେ ରହିଥିବାବେଳେ ଲାଭ ପରବର୍ତ୍ତୀ ଟିକସ (ପିଏଟି) ପରିମାଣ ୬୬୬ କୋଟି ଟଙ୍କାରେ ରହିଛି। ଏପରିକି ପ୍ରଥମ ତ୍ରୈମାସିକ ପାଇଁ କମ୍ପାନୀର ସର୍ବମୋଟ ଋଣ ୨,୯୫୬ କୋଟି ଟଙ୍କା ରେକର୍ଡ କରାଯାଇଥିଲା ବେଳେ ସର୍ବମୋଟ ଡେବ୍‌ଟ-ଟୁ-ଇକ୍ୱିଟି ୦.୨ ଅନୁପାତରେ ପହଞ୍ଚତ୍ଛି। ଅପରପକ୍ଷରେ କମ୍ପାନୀର ନେଟ୍‌ ରାଜସ୍ବ ୨୫% ବୃଦ୍ଧି ପାଇ ୧୦,୧୮୪ କୋଟିରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ ଇବିଆଇଟିଡିଏ ଏବଂ ପିଏଟି ଯଥାକ୍ରମେ ୧,୧୯୨ କୋଟି ଏବଂ ୭୩୮ କୋଟି ଟଙ୍କାରେ ପହଞ୍ଚତ୍ଛି। ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଆମେ ନିକଟରେ ଆମର କ୍ଷମତା ବୃଦ୍ଧି କରିଛୁ। ତେଣୁ ସମ୍ପ୍ରସାରିତ ୟୁନିଟ୍‌ଗୁଡ଼ିକର ସ୍ଥିରତା ଏବଂ ସମନ୍ବୟ ଉପରେ ବିଶେଷ ଧ୍ୟାନ ଦିଆଯିବ। ଯେଉଁଠାରେ ସମ୍ଭବପର ଏବଂ ଘରୋଇ ବଜାର ଉପରେ ଆମେ ଏକ ତୀକ୍ଷଣ ଧ୍ୟାନ ବଜାୟ ରଖିବୁ।

Share