Categories: ଜାତୀୟ

ଜେଏସ୍‌ଏଲ୍‌ର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୫।୮:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନୂତନ ଅଭିଯାନ ‘ସ୍ବାଧୀନତା ଦିବସ ସଙ୍ଗୀତ’ ଭିଡିଓର ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ସଙ୍ଗୀତ ବିଶେଷକରି ଭାରତର ପ୍ରଗତିଶୀଳ ତଥା ସହଯୋଗୀଙ୍କ ବପାଳନ କରିବା ପାଇଁ ସ୍ବାଧୀନତା ଦିବସ ଅବସରରେ ଏକ ଗୀତ ଆରମ୍ଭ କରିଥିଲେ। ଏହି ଗୀତଟି ହେଉଛି ବିଦ୍ୟାଦେବୀ ଜିନ୍ଦଲ ସ୍କୁଲ ଏବଂ ହରିୟାଣାର ହିସାରଠାରେ ଥିବା ଓପି ଜିନ୍ଦଲ ଆଧୁନିକ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ଗାଇଥିବା ଏକ ମୂଳ ରଚନା। ଏକତା, ନବସୃଜନ ଏବଂ ସ୍ଥିରତାର ଷ୍ଟେନ୍‌ଲେସ୍‌ ମୂଲ୍ୟବୋଧ ଉପରେ ନିର୍ମିତ ଏକ ଦେଶକୁ କଳ୍ପନା କରିବା ସହିତ ଉକ୍ତ ଗୀତଟି ଜଣେ ଭାରତୀୟ ହେବାର ଗର୍ବ ଏବଂ ଆନନ୍ଦକୁ ଆକର୍ଷିତ କରିଥାଏ।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ମୁଖ୍ୟ (କର୍ପୋରେଟ କମ୍ୟୁନିକେଶନ୍ସ) ସୋନାଲ ସିଂ କହିଛନ୍ତି, ଏହି ଭିଡିଓ ଭାରତର ବିବିଧତା ଏବଂ ସାମଗ୍ରିକ ଅଭିବୃଦ୍ଧି ପାଇଁ ନିରନ୍ତର ଅଗ୍ରସରକୁ ଉତ୍ସଗୀକୃତ କରିଛି। ଏହି ଗୀତରେ ନିଷ୍ଠା, ଦୃଢ଼ତା ଏବଂ ପ୍ରଗତିର ମୂଲ୍ୟ ରହିଛି, ଯାହା ଉଭୟ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଏବଂ ଭାରତର ଅଭିବୃଦ୍ଧି କାହାଣୀର କେନ୍ଦ୍ର ବିନ୍ଦୁ ।

Share