Categories: ବାଣିଜ୍ୟ

ଜେଏସ୍‌ଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୪ା୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପରିସରରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଜେଏସ୍‌ଏଲ୍‌ର ନୂତନ ଅଭିଯାନ ‘ଜଙ୍ଗ୍‌ ୱାରିୟର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଜଙ୍ଗ୍‌ ୱାରିୟର ନାମରେ ଏକ ବ୍ରାଣ୍ଡ୍‌ ଅଭିଯାନ ଆରମ୍ଭ କରିଛି। କମ୍ପାନୀର ଷ୍ଟେନ୍‌ଲେସ୍‌ ଏକାଡେମୀ ମାଧ୍ୟମରେ ଫେବ୍ରିକେଟରମାନଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ଆଣିବା ତଥା ସ୍ଥାୟୀ ସାମାଜିକ ପରିବର୍ତ୍ତନ ପାଇଁ ଦକ୍ଷତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହୋଇଥିଲାବେଳେ ଏହି ପଦକ୍ଷେପ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବ୍ୟବହାରକୁ ପ୍ରୋତ୍ସାହିତ କରିଥାଏ।

ବିଶେଷକରି ଡାଉନଷ୍ଟ୍ରିମ୍‌ ଶିଳ୍ପ ଅଧୀନରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଫେବ୍ରିକେଟରମାନଙ୍କୁ ମାଗଣାରେ ଫେବ୍ରିକେଶନ ପ୍ରଶିକ୍ଷଣ ପ୍ରଦାନ କରିଥାଏ। ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଆମେ ବିଶ୍ୱାସକରୁ ଯେ ସମସ୍ତେ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ଏକ ସଫଳ ଭବିଷ୍ୟତ ଗଢ଼ିବାର ସୁଯୋଗ ପାଇବାକୁ ଯୋଗ୍ୟ ହୋଇଥିବାବେଳେ ଜଙ୍ଗ୍‌ ୱାରିୟର ଅଭିଯାନ ହେଉଛି ଏହି ମୂଳ ମୂଲ୍ୟବୋଧର ଏକ ଅଭିବ୍ୟକ୍ତି। ସାମାଜିକ ପ୍ରତିବନ୍ଧକ ବିରୋଧରେ ଲଢ଼ୁଥିବା ସମସ୍ତ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏହା ସମର୍ପିତ।

ଷ୍ଟେନ୍‌ଲେସ୍‌ ଏକାଡେମୀ ବ୍ୟକ୍ତିବିଶେଷଙ୍କୁ ସାମାଜିକ ପ୍ରତିବନ୍ଧକ ଦୂରକରି ଆତ୍ମନିର୍ଭରଶୀଳ ହେବା ପାଇଁ ସଶକ୍ତ କରିପାରୁଥିବାରୁ ଆମେ ଗର୍ବ ଅନୁଭବ କରୁଛୁ। ବର୍ତ୍ତମାନ ସୁଦ୍ଧା ଏଥିରେ ୩୨ହଜାରରୁ ଅଧିକ ଫେବ୍ରିକେଟର ସାମିଲ ହୋଇଛନ୍ତି ଏବଂ ୨୦୨୪-୨୫ ଆର୍ଥତ୍କ ବର୍ଷ ମଧ୍ୟରେ ୧୬ହଜାର ଫେବ୍ରିକେଟରଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଆମର ଯୋଜନା ରହିଛି।

Share