Categories: ବାଣିଜ୍ୟ

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ (ଜେଏସ୍‌ଏଲ୍‌)ନିକଟରେ ଆଉ ଏକ ସଫଳତା ସହ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ଉଚ୍ଚ ଶକ୍ତିସମ୍ପନ୍ନ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଟେମ୍ପର୍ଡ୨୦୧ଏଲଏନ୍‌ ଗ୍ରେଡ୍‌ର ବିକଶିତ କରାଇଛି, ଯାହା ପାରମ୍ପରିକ ଫେରିଟିକ୍‌ ଷ୍ଟେନଲେସ୍‌ ଷ୍ଟିଲ୍‌ ଗ୍ରେଡ୍‌ ତୁଳନାରେ ଟେମ୍ପର୍ଡ ଷ୍ଟେନଲେସ୍‌ ଷ୍ଟିଲ୍‌୨୦୧ଏଲ୍‌ଏନ୍‌ ଗ୍ରେଡରେ ନିର୍ମିତ ହୋଇଛି।
ଉଲ୍ଲେଖଯୋଗ୍ୟ, ଭାରତରେ ଆନ୍ତଃସହର ଯାତ୍ରୀ ସେବା (ଇଣ୍ଟର-ସିଟି ଟ୍ରାଭେଲସ ସର୍ଭିସେସ)କୁ ବଢାଇବା ପାଇଁ ନିକଟରେ ଭାରତୀୟ ରେଳ ଚେନ୍ନାଇର ଇଣ୍ଟ୍ରିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି (ଆଇସିଏଫ୍‌)ରୁ ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ୍‌ର ଅନାବରଣ କରିଛି। ଏପରିକି ଭାରତର ସର୍ବବୃହତ ଷ୍ଟେନଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ୍‌ ଏହି ପ୍ରକଳ୍ପ ପାଇଁ ଟେମ୍ପର୍ଡ୨୦୧ଏଲଏନ୍‌ ଗ୍ରେଡ୍‌ର ଉଚ୍ଚ ଶକ୍ତିସମ୍ପନ୍ନ ଷ୍ଟେନଲେସ୍‌ ଷ୍ଟିଲ୍‌ ଯୋଗାଇଦେଇଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଭାରତର ରେଳ ଭିତ୍ତିଭୂମି ଓ ରୋଲିଙ୍ଗ ଷ୍ଟକ୍‌ର ଆଧୁନିକୀକରଣରେ ସାମିଲ ହୋଇପାରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଓ ଆନନ୍ଦିତ ଅଛୁ। ଏପରିକି ଭାରତୀୟ ରେଳ ପ୍ରଥମ ଥର ପାଇଁ ଫେରିଟିକ୍‌ ଗ୍ରେଡ୍‌ ବଦଳରେ ୨୦୧ଏଲ୍‌ଏନ୍‌ ଷ୍ଟେନଲେସ୍‌ ଷ୍ଟିଲକୁ ଆପଣାଇଛି। ଏହି ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆମ ପାଇଁ ଏକ ସୌଭାଗ୍ୟର ବିଷୟ ପାଲଟିଛି।
ସେହିଭଳି ହାଲୁକା ଓଜନ ଏବଂ ଶକ୍ତି-ଦକ୍ଷ କାର୍‌ ବଡି ଭାରତୀୟ ରେଳର କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବ ଏବଂ ଏହାର ନେଟ୍‌ ଜିରୋ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଏପରିକି ମୋର ବିଶ୍ୱାସ ଯେ ବନ୍ଦେ ମେଟ୍ରୋ ଟ୍ରେନ୍‌ ଯାତ୍ରୀମାନଙ୍କୁ ଏକ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବ ଏବଂ ଏଥିରେ ଆମେ ଭାରତୀୟ ରେଳସହିତ ଭାଗୀଦାର ହୋଇ ଆନନ୍ଦିତ ଅଛୁ।
ଉଲ୍ଲେଖଯୋଗ୍ୟ,ବନ୍ଦେ ମେଟ୍ରୋ ଟ୍ରେନ୍‌ ହେଉଛି, ବନ୍ଦେ ଭାରତ ଏକ୍ସପ୍ରେସର ଏକ ସ୍ବଳ୍ପ ଦୂରତା ବିଶିଷ୍ଟ ସଂସ୍କରଣଭିତ୍ତିକ ଯାତ୍ରୀ ସେବା ଯାନ, ଯାହା ପାରମ୍ପରିକ ଫେରିଟିକ୍‌ ଷ୍ଟେନଲେସ୍‌ ଷ୍ଟିଲ୍‌ ଗ୍ରେଡ୍‌ ତୁଳନାରେ ଟେମ୍ପର୍ଡ ଷ୍ଟେନଲେସ୍‌ ଷ୍ଟିଲ୍‌୨୦୧ଏଲ୍‌ଏନ୍‌ ଗ୍ରେଡରେ ନିର୍ମିତ ହୋଇଛି। ଏହି ଟ୍ରେନ୍‌ ଏଟସଗୁଡ଼ିକର ବାହ୍ୟ ପ୍ୟାନେଲର ମୋଟେଇ ୩ ମିଲିମିଟରରୁ ୨ମିଲିମିଟରକୁ ହ୍ରାସ ପାଇଛି, ଯାହାଫଳରେ କମ୍‌ ଖର୍ଚ୍ଚରେ ହାଲୁକା ଓ ଅଧିକ ଶକ୍ତି ଦକ୍ଷ ଟ୍ରେନ ନିର୍ମିତ ହୋଇପାରୁଛି।

Share