ଜେଏସ୍‌ଏଲ୍‌ର ନିକେଲ ପିଗ୍‌ ଆଇରନ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୧୭।୮: ଦେଶର ପ୍ରମୁଖ ଶିଳ୍ପସଂସ୍ଥା ତଥା ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ନିକେଲ ପିଗ୍‌ ଆଇରନ ପ୍ଲାଣ୍ଟ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ନିର୍ଦ୍ଧାରିତ ସମୟ ସୀମାର ୮ମାସ ପୂର୍ବରୁ କମ୍ପାନୀ ଏହି ନୂତନ ମାଇଲଖୁଣ୍ଟ ହାସଲ କରିଛି।
ଉଲ୍ଲେଖଯୋଗ୍ୟ, ଇଣ୍ଡୋନେସିଆର ହାଲମାହେରା ଦ୍ୱୀପପୁଞ୍ଜଠାରେ ଥିବା ଏକ ଶିଳ୍ପ ପାର୍କରେ ଜେଏସ୍‌ଏଲ୍‌ର ନିକେଲ ପିଗ୍‌ ଆଇରନ ସ୍ମେଲଟର ପ୍ଲାଣ୍ଟ (କାରଖାନା) ର କାର୍ଯ୍ୟକ୍ଷମ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ନ୍ୟୁ ୟାକିଂ ପିଟିଇ ଲିମିଟେଡ୍‌ ସହ ଏକ ଯୌଥ ଉଦ୍ୟୋଗ ମାଧ୍ୟମରେ ଜେଏସ୍‌ଏଲ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନ ପାଇଁ ନିକେଲର ଦୀର୍ଘକାଳୀନ ଉପଲବ୍ଧତାକୁ ସୁନିଶ୍ଚିତ କରିଛି। ୨୦୨୩ ମାର୍ଚ୍ଚରେ ନ୍ୟୁ ୟାକିଂ ପିଟିଇ ଲିମିଟେଡ୍‌ ସହ ଜେଏସ୍‌ଏଲ୍‌ ଏକ ଚୁକ୍ତିନାମା କରିଥିଲା; ଯେଉଁଥିରେ କମ୍ପାନୀ ପ୍ରାୟ ୧୫୭ ମିଲିୟନ ଆମେରିକୀୟ ଡଲାରରେ ୪୯% ଇକ୍ୱିଟି ସୁଧ ଅଧିଗ୍ରହଣ କରିଥିଲା।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ଏମ୍‌ଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଭାରତରେ ନିକେଲର କୌଣସି ଉତ୍ସ ମିଳି ନ ଥିବାରୁ କୌଣସି ଭାରତୀୟ ଷ୍ଟିଲ୍‌ କମ୍ପାନୀ ଦେଶ ବାହାରେ କଞ୍ଚାମାଲ ଭଣ୍ଡାରକୁ ସୁନିଶ୍ଚିତ କରିବା ଦିଗରେ ଏହି ଯୁଗ୍ମ ପଦକ୍ଷେପ ପ୍ରଥମ । ଏହି ପଦକ୍ଷେପ ଆମକୁ ଏକ ଅସ୍ଥିର ବଜାରରେ କଞ୍ଚାମାଲ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ, ଯାହା ମୁଖ୍ୟତଃ ନିକେଲର ମୂଲ୍ୟ ଦ୍ୱାରା ନିର୍ଦ୍ଧାରଣ କରାଯାଏ। ଯୋଜନାବଦ୍ଧ ସମୟସୀମା ପୂର୍ବରୁ ଆମେ ଏହି ମାଇଲଖୁଣ୍ଟ ହାସଲ କରିବା ସହିତ ଆମର ସୁଦୃଢ଼ ଭାଗୀଦାରି ଏବଂ ସମନ୍ବୟକୁ ଦର୍ଶାଉଛୁ ଏବଂ ଆମେ ଶୀଘ୍ର ଏହି ପ୍ଳାଣ୍ଟରୁ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛୁ।
ସମୟ ପୂର୍ବରୁ ଏହି ମାଇଲଖୁଣ୍ଟ ହାସଲ କରିବା ଆମର ସହଭାଗୀମାନଙ୍କ ସହ ଉପଭୋଗ କରୁଥିବା ସଂକଳ୍ପ ଏବଂ ସହଯୋଗକୁ ଦର୍ଶାଉଛି ଏବଂ ଆମେ ଶୀଘ୍ର ଏହି ସୁବିଧାଠାରୁ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିବାକୁ ଅପେକ୍ଷା କରିଥାଉ।
ଚଳିତ ବର୍ଷ ମେ ପହିଲାରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ତ୍ରିସ୍ତରୀୟ ରଣନୈତିକ ପୁଞ୍ଜିନିବେଶ ଘୋଷଣା କରିଥିଲା। ଏହି ରଣନୀତି ଅନୁଯାୟୀ କମ୍ପାନୀ ସିଙ୍ଗାପୁରର ଏକ ସଂସ୍ଥା ସହ ମିଶି ଇଣ୍ଡୋନେସିଆରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ମେଲ୍ଟ ଶପ୍‌ ସ୍ଥାପନ ପାଇଁ ଚୁକ୍ତି କରିଥିଲା। କମ୍ପାନୀ ଓଡ଼ିଶାର ଯାଜପୁରଠାରେ ମଧ୍ୟ ଭିତ୍ତିଭୂମିର ଉନ୍ନତୀକରଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ସ୍ତରରେ ସେବା ଦିବସ ପାଳିତ, ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ: ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ,୨୩।୧୦: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ (ସଙ୍ଗଠନ) ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ବିଶିଷ୍ଟ ସାମାଜିକ କର୍ମୀ ଏବଂ...

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

ଜିଓର ଦୀପାବଳି ଅଫର, ମାତ୍ର ଏତିକି ଟଙ୍କାରେ ମିଳିବ ଅନଲିମିଟେଡ ୫ଜି ଡାଟା

ନୂଆଦିଲ୍ଲୀ,୨୩।୧୦: ଦେଶର ଲୋକପ୍ରିୟ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଦୀପାବଳି ଅଫର ଭାବରେ ମାଗଣା ଇଣ୍ଟରନେଟ ସୁବିଧା ଯୋଗାଉଛି। ଏହାପୂର୍ବରୁ ସେପ୍ଟେମ୍ବରରେ କମ୍ପାନୀ ଏୟାରଫାଇବର ସହିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୩।୧୦: ଚଳିତ ପାର୍ବଣ ଋତୁରେ ପ୍ରତ୍ୟେକ ଅବସରକୁ ସ୍ବତନ୍ତ୍ର କରିବା ପାଇଁ ଗ୍ରାହକମାନେ ଆମାଜନ ଡଟ୍‌ ଇନ୍‌ର ଫେଷ୍ଟିଭ ଗିଫ୍ଟିଙ୍ଗ ଷ୍ଟୋରକୁ ଅନ୍ବେଷଣ କରିପାରିବେ। ଏପରିକି...

ଖସିଲା ଶେୟାର ବଜାର

ମୁମ୍ବାଇ,୨୩।୧୦: କ୍ରମାଗତ ଭାବେ ଦ୍ୱିତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ...

ଓଡ଼ିଶା ବଜାରରେ ଜିନ୍ଦଲ ପାନ୍ଥର ସିମେଣ୍ଟ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସହାୟକ କମ୍ପାନୀ ଜିନ୍ଦଲ ପାନ୍ଥର ସିମେଣ୍ଟ (ଜେପିସି)...

ଲାଇଫ୍‌ ଷ୍ଟାଇଲର ଅଲ୍‌ ନ୍ୟୁ କଲେକ୍ସନ

ନୂଆଦିଲ୍ଲୀ,୨୩।୧୦: ଲାଇଫ୍‌ଷ୍ଟାଇଲ୍‌’ର ଅଲ ନ୍ୟୁ କଲେକ୍ସନର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଚଳିତ ପାର୍ବଣ ଋତୁର ସ୍ବତନ୍ତ୍ର ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

୭% ରହିବ ଜିଡିପି ଅଭିବୃଦ୍ଧି ହାର

ଭୁବନେଶ୍ୱର,୨୩ା୧୦(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର(ଜିଡିପି) ଆକଳନକୁ ୭% ସ୍ଥିର ରଖିଛି। ଏହା ଜୁଲାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri