ନୂଆଦିଲ୍ଲୀ,୯।୮: ଦେଶର ପ୍ରମୁଖ କନସଲଟାନ୍ସି ସଂସ୍ଥା ଏର୍ନଷ୍ଟ ଆଣ୍ଡ ୟଙ୍ଗ୍ (ଇଓ୍ବାଇ) ଇଣ୍ଡିଆ ସହ ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡ (ଜେଏସ୍ଏଲ୍) ମଧ୍ୟରେ ଏକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଫଳରେ ଉଭୟ ସଂସ୍ଥାର ମିଳିତ ସହଯୋଗରେ ଜେଏସ୍ଏଲ୍ ତା’ର ବ୍ୟାପକ ପରିବେଶ, ସାମାଜିକ ଓ ପ୍ରଶାସନିକ ଲକ୍ଷ୍ୟ ହାସଲ ପାଇଁ ଏକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ହାଉସ ଭାବେ ଜେଏସ୍ଏଲ୍ ଏକ ସ୍ଥାୟୀ ଉତ୍ପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ଜିନ୍ଦଲ ଷ୍ଟେନ୍ଲେସ ନିର୍ବାଚିତ ଇସିଜି ସୂଚକାଙ୍କ ଅନୁଯାୟୀ ଏହାର ପ୍ରସ୍ତୁତି ଆକଳନ ଆରମ୍ଭ କରିଛି। କମ୍ପାନୀର ବିକାଶ ପାଇଁ ଇଓ୍ବାଇ ଏଲ୍ଏଲ୍ପିକୁ ଜେଏସ୍ଏଲ୍ ଅଂଶୀଦାର ଭାବେ ନିଯୁକ୍ତ କରିଛି। ଏପରିକି କମ୍ପାନୀ ମଧ୍ୟ ଏହାର ଜିଏଚଜି ନିର୍ଗମନର ପୂର୍ବାନୁମାନ କରିବା ଓ ବୈଜ୍ଞାନିକ ଆଧାରିତ ଲକ୍ଷ୍ୟ ପୂରଣ କରିବାକୁ କାର୍ଯ୍ୟପନ୍ଥା ଗ୍ରହଣ କରିଛି।
ଜେଏସ୍ଏଲ୍ର ପରଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଦେଶରେ ଷ୍ଟିଲ ଉଦ୍ୟୋଗର ଏକ ଅଗ୍ରଦୂତ ଭାବେ ଆମେ ଉତ୍ପାଦନ ପ୍ରଣାଳୀରେ ସ୍ଥାୟୀ ଅଭ୍ୟାସ ପ୍ରଣୟନ କରି ଉନ୍ନତ ମାନର ଉତ୍ପାଦ ସୃଷ୍ଟି କରିବା ଲାଗି ଉପଯୁକ୍ତ ପନ୍ଥା ଗ୍ରହଣ କରୁଛୁ। ଆମେ ଦୃଢ଼ ଭାବେ ବିଶ୍ୱାସ କରୁ ଯେ ସ୍ଥିରତା, ସାମାଜିକ ଉନ୍ନତି, ଉତ୍ତମ ପ୍ରଶାସନ, ଡି କାର୍ବନାଇଜେଶନ, ବର୍ଜ୍ୟବସ୍ତୁ ପରିଚାଳନା ଓ ଡିଜିଟାଲ କାର୍ଯ୍ୟକାରିତାରେ ଦକ୍ଷ ପ୍ରଣାଳୀକୁ ମୁତୟନ କରିଛୁ। ଆମର ଏହି ପଦକ୍ଷେପରେ ଇୱାଇ ଆମକୁ ସହଯୋଗ କରୁଥିବାରୁ ଆମେ ବହୁତ ଖୁସି ଏବଂ ଆମର ଇସିଜି ଓ ସ୍ଥିରତା କାର୍ଯ୍ୟଗୁଡ଼ିକରେ ଆମର ସହଭାଗୀମାନଙ୍କ ସହ ମିଶି ଉନ୍ନତି ହାସଲ କରିବାକୁ ବିଶ୍ୱାସ ରଖିଛୁ। ସେହିପରି ଇୱାଇ ଇଣ୍ଡିଆର ଚେୟାରମ୍ୟାନ ତଥା ସିଇଓ ରାଜୀବ ମେମାନି କହିଛନ୍ତି, ପରିଚାଳନାରେ ସ୍ଥିରତା ଆଣିବା ପାଇଁ ବିନିଯୋଗ କରୁଥିବା ସଂସ୍ଥାଗୁଡ଼ିକର ଏକ ପ୍ରତିଯୋଗିତାମୂଳକ ସୀମା ରହିଛି। ଅଙ୍ଗାରକାମ୍ଳ ନିର୍ଗମନ ଓ ଷ୍ଟେନ୍ଲେସ ଷ୍ଟିଲ ଉତ୍ପାଦନରେ ହେଉଥିବା ଶକ୍ତି ଖର୍ଚ୍ଚ ପାଇଁ ଏକ ସୁଚିନ୍ତିତ ରୋଡ ମ୍ୟାପ ଆବଶ୍ୟକ କରେ।