ଆଇଆଇଟି ବମ୍ବେ ସହ ଜେଏସ୍‌ଏଲ୍‌ର ସହଭାଗିତା

ଭୁବନେଶ୍ୱର,୩୦।୭: ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ (ଜେଏସଏଲ) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ବା ଆଇଆଇଟି ବମ୍ବେ ସହ ନିକଟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏହି ସହଭାଗିତା କାର୍ଯ୍ୟକ୍ରମ ଜରିଆରେ ଜେଏସଏଲର କର୍ମଚାରୀଙ୍କ ପାଇଁ ଷ୍ଟିଲ ଟେକ୍ନୋଲୋଜିରେ ଦୁଇ ବର୍ଷିଆ ଏମଟେକ୍‌ ପାଠ୍ୟକ୍ରମର ଦ୍ୱିତୀୟ ବ୍ୟାଚ୍‌ ଆରମ୍ଭ କରିଛି।

ଏପରିକି ଉନ୍ନତ ପ୍ରକ୍ରିୟା ଓ ଅଭ୍ୟାସ ପାଇଁ ଅଭିନବ ଉପାୟରେ ଜୀବନରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ତଥା ବିଶ୍ୱସ୍ତରୀୟ ସମାଧାନ ସୃଷ୍ଟି କରିବାରେ ଅଗ୍ରଣୀ ସ୍ଥାନ ବଜାୟ ରଖିବା ପାଇଁ କମ୍ପାନୀ ଏହି ପାଠ୍ୟକ୍ରମ ଆରମ୍ଭ କରିଛି।
ସେହିଭଳି ଲୁହା ଏବଂ ଇସ୍ପାତ ତିଆରି ପ୍ରଯୁକ୍ତି ବିଦ୍ୟା ବିଷୟରେ କର୍ମଚାରୀଙ୍କ ଜ୍ଞାନକୁ ଗଭୀର କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ଅତ୍ୟାଧୁନିକ ଶିଳ୍ପ ଉଦ୍ଭାବନ ବିଷୟରେ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରାୟୋଜିତ ପାଠ୍ୟକ୍ରମରେ ନାମଲେଖା ପାଇଁ ବିଭିନ୍ନ ଯୋଗ୍ୟତା ମାନଦଣ୍ଡ ଯଥା ଜିନ୍ଦଲ ଷ୍ଟେନଲେସ୍‌ କିମ୍ବା ଏହାର ସହାୟକ ସଂସ୍ଥାରେ ଅତିକମରେ ତିନି ବର୍ଷର କାର୍ଯ୍ୟକାଳ, ସର୍ବନିମ୍ନ ୬୦% ସହିତ ମେକାନିକାଲ କିମ୍ବା ମେଟାଲର୍ଜିରେ ବିଟେକ୍‌ ଡିଗ୍ରୀ ଏବଂ ସଂସ୍ଥାରେ ନିରନ୍ତର ଉତମ ପ୍ରଦର୍ଶନଭଳି ମାନଦଣ୍ଡ ସାମିଲ ରହିଛି।

ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ବଜାର ଧାରାର ପୂର୍ବାନୁମାନ କରିବା ସହ ଅଗ୍ରଣୀ ରହିବା ପାଇଁ ବିଶେଷ ଜ୍ଞାନ ଥିବା ଉଚ୍ଚ କୁଶଳୀ ପେସାଦାର ସୃଷ୍ଟି କରିବା ସକାଶେ ଏହି ପଦକ୍ଷେପ ନିଆଯାଇଛି। ଜିନ୍ଦଲ ଷ୍ଟେନଲେସରେ ଆମେ ଲୋକଙ୍କ ଉପରେ ନିବେଶ କରିବା ଏବଂ ନିରନ୍ତର ଶିକ୍ଷା ଓ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ କରିଥାଏ। ଭାରତର ପ୍ରମୁଖ ଇଞ୍ଜିନିୟରିଂ କଲେଜ ସହ ଭାଗିଦାରୀ କରି ଆମେ କେବଳ ଆମର ଜ୍ଞାନ ପରିସର ବୃଦ୍ଧି କରୁ ନାହୁଁ, ବରଂ ଭାରତୀୟ ଷ୍ଟେନଲେସ୍‌ ଇସ୍ପାତ ଶିଳ୍ପର ମାନକୁ ମଧ୍ୟ ଉନ୍ନତ କରିବୁ ବୋଲି ଆମେ ବିଶ୍ୱାସ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri