Categories: ବାଣିଜ୍ୟ

ଜେଏସ୍‌ଏଲ୍‌ର ପ୍ଲାଷ୍ଟିକବର୍ଜ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୭।୬: ଭାରତର ବୃହତମ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦକ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପକ୍ଷରୁ ସୋମବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜେଏସ୍‌ଏଲ୍‌ର କର୍ପୋରେଟ କାର୍ଯ୍ୟାଳୟ ସହିତ ହିସାର ଏବଂ ଯାଜପୁର ସ୍ଥିତ ପ୍ଳାଣ୍ଟ ପରିସରରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ଏପରିକି ଗ୍ରୀନ୍‌ ଡ୍ରିମ୍‌ ଫାଉଣ୍ଡେଶନ ସହିତ ମିଳିତ ଭାବେ ଏକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ଅଭିଯାନ ଜରିଆରେ ପ୍ରାୟ ୨ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିବା ବେଳେ ଉକ୍ତ ଅଭିଯାନରେ ପ୍ରାୟ ୧୫୦୦ରୁ ଅଧିକ କର୍ମଚାରୀ ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ। ବିଶେଷକରି ଜେଏସ୍‌ଏଲ୍‌ର ଯାଜପୁର କାରଖାନାରୁ ୧୧୦୦ କି.ଗ୍ରା.ରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ହୋଇଥିବା ବେଳେ ହିସାର ପ୍ଲାଣ୍ଟରୁ ୭୫୦ କି.ଗ୍ରା.ରୁ ଅଧିକ ଏବଂ କମ୍ପାନୀର ଗୁରୁଗାଓଁର କର୍ପୋରେଟ କାର୍ଯ୍ୟାଳୟରୁ ପ୍ରାୟ ୧୫୦ କି.ଗ୍ରା. ସଂଗ୍ରହ କରାଯାଇଥିଲା। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନର ୨ୟ ସଂସ୍କରଣକୁ ସଫଳତାର ସହ ସମାପ୍ତ କରି ଆମେ ବେଶ୍‌ ଉତ୍ସାହିତ ଅଛୁ।

Share