Advertisement

ସାମୁଦାୟିକ ବିକାଶକୁ ଅଧିକ ସୁଦୃଢ଼ କରିବ ଜେଏସ୍‌ପି

ଭୁବନେଶ୍ୱର,୨୯।୧: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସ୍‌ପି) ଓଡ଼ିଶାରେ ପ୍ରାୟ ୭୦,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା କନ୍‌କ୍ଳେଭ୍‌-୨୦୨୫ର ଉଦ୍‌ଘାଟନୀ ଉତ୍ସବରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ବର୍ଷକ ମଧ୍ୟରେ କମ୍ପାନୀ ପ୍ରାୟ ୭୦,୦୦୦ କୋଟି ଟଙ୍କାର ନିବେଶ କରିବାକୁ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛି, ଯାହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଏବଂ ସାମୁଦାୟିକ ବିକାଶକୁ ଅଧିକ ସୁଦୃଢ଼ କରିବ। ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କନ୍‌କ୍ଳେଭ୍‌-୨୦୨୫ର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଜେଏସ୍‌ପିର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏ ନେଇ ବିସ୍ତୃତ ଭାବେ ଘୋଷଣା କରିଛନ୍ତି। ସେହିଭଳି ଓଡ଼ିଶାବାସୀଙ୍କ ବିକାଶ ସହ ଓଡ଼ିଶାକୁ ଶିଳ୍ପକ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି। ଏହି ଅତିରିକ୍ତ ୭୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କେବଳ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଓଡ଼ିଶାର ଅନେକ ହଜାର ପରିବାରର ଜୀବନଧାରଣର ମାନରେ ଉନ୍ନତି ଆଣିବ ଏବଂ ଭାରତକୁ ଅଧିକ ଆତ୍ମନିର୍ଭରଶୀଳ କରିବ ବୋଲି ନବୀନ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel