Categories: ଜାତୀୟ

ଜୁବଲି ହିଲ୍ସ ଗଣବଳାତ୍କାର ମାମଲା : ଅଭିଯୁକ୍ତଙ୍କ ହେବ ଡିଏନ୍‌ଏ ଟେଷ୍ଟ

ହାଇଦ୍ରାବାଦ,୨୭ା୬: ହାଇଦ୍ରାବାଦ ଜୁବଲି ହିଲ୍ସ ନାବାଳିକା ଗଣବଳାତ୍କାର ମାମଲାରେ ଗିରଫ ଅଭିଯୁକ୍ତଙ୍କ ନମୁନା ସଂଗ୍ରହ କରାଯାଇ ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ହାଇଦ୍ରାବାଦ ପୋଲିସ ମେ ୨୮ର ଏହି ଘଟଣାରେ ସ୍ଥାନୀୟ କୋର୍ଟ ଏବଂ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରୁ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କ ନମୁନା ସଂଗ୍ରହ ନିମନ୍ତେ ଅନୁମତି ଆଣିଛି। ୫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ସେ ଶାସକ ଟିଆର୍‌ଏସ୍‌ର ଜଣେ ବିଧାୟକଙ୍କ ପୁଅ ବୋଲି ଜଣାପଡ଼ିଛି। ଏପରିକି ଯେଉଁ କାର୍‌ରେ ଗଣବଳାତ୍କାର କରାଯାଇଥିଲା ତାହା ସମ୍ପୃକ୍ତ ବିଧାୟକଙ୍କ ପାଇଁ ଅଫିସିଆଲ ଭାବେ କାର୍ଯ୍ୟରେ ନିୟୋଜିତ ଥିଲା। ଅଭିଯୁକ୍ତମାନେ ନାବାଳିକାଙ୍କୁ ଲିଫ୍ଟ ଦେବାକୁ କହି କାର୍‌ରେ ଗଣବଳାତ୍କାର କରିଥିଲେ।

Share